ଯାଜପୁର ପୋୖରପାଳିକା ଓ ବ୍ଳକ ଡ୍ରାଇଭର ମହାସଂଘ ତରଫରୁ ଧର୍ମଘଟ

33 0

ଯାଜପୁର:ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାରା ଓଡ଼ିଶାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଛି l ସେହି କ୍ରମରେ ଯାଜପୁର ବ୍ଲକ ମକେଇପୁର ଛକରେ ଯାଜପୁର ପୋୖରପାଳିକା ଓ ବ୍ଳକ ଡ୍ରାଇଭର ମହାସଂଘ ତରଫରୁ ଧର୍ମଘଟ କରାଯାଇଛି। ଶତାଧିକ ଡ୍ରାଇଭର ମାନେ ରାଜରାସ୍ତାକୁ ଆସି ସେମାନଙ୍କ ଦାବି ଉପସ୍ଥାପନ କରି ଧାରଣା ଦେଇଛନ୍ତି।

ଡ୍ରାଇଭରଙ୍କ ସମସ୍ୟା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃ୍ଷ୍ଟି ଆକର୍ଷଣ  କରିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ଏପରି ଧର୍ମଘଟ ପାଇଁ ନିଷ୍ପତ୍ତି ନିଆଯାଇଛି । ଡ୍ରାଇଭର ସଂଘର ଦାବି ପୂରଣ ନ ହେବା ଯାଏଁ ଧର୍ମଘଟ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି l

ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ, ସ୍କୁଲ ଏବଂ ନାମଲେଖା ପାଇଁ ଯାଉଥିବା ଗାଡିକୁ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମାତ୍ର ଏହି ଧର୍ମଘଟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା।

Related Post

ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ

Posted by - October 7, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା…

ଯାଜପୁର ଓ ଗଞ୍ଜାମ ଫେରନ୍ତା ଙ୍କୁ ଅନୁଗୋଳ ମନା । ଅାସିଲେ କ୍ୱାରେଣ୍ଟାଇନରେ ରହିବେ

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭ ଚିହ୍ନଟ ସଂଖ୍ୟା l ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାବ୍ୟକ୍ତ କରିଛନ୍ତି l ସୂଚନା…

ଅଗଷ୍ଟ ୧୨ ତାରିଖରେ ଏହି ଦେଶ ରେ ପଞ୍ଜୀକରଣ ହେବ କୋଭିଡ ଟୀକା

Posted by - August 8, 2020 0
ନୂଆଦିଲ୍ଲୀ: COVID-19 ଟିକା ଦଉଡ ରେ  ସବୁଠାରୁ ବଡ ବିକାଶ କୁହାଯାଇପାରେ, ରଷିଆ  ଅଗଷ୍ଟ ୧୨, ୨୦୨୦ରେ COVID-19 ଟିକା ପଞ୍ଜିକରଣ କରିବାରେ ବିଶ୍ଵର ପ୍ରଥମ ଦେଶ…

ଧାନ ବିକ୍ରି ପାଇଁ ଚାଷୀଙ୍କୁ ଅଣଦେଖା। ତାତିଲେ ଚାଷୀ NH ୫୭ ଅବରୋଧ

Posted by - February 21, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଚାଷୀଙ୍କ ପ୍ରତି ଅନ୍ୟାୟ ।ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା।କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।ଅନ୍ୟପଟେ ଜୟ କିସାନ୍ କହୁଥିବା ବେଳେ…

ଗଣତନ୍ତ୍ରର ଶକ୍ତି ଆଗରେ ହାର୍‌ ମାନିଲା ଲାଲ୍‌ବାହିନୀର ନାଲିଆଖି

Posted by - April 13, 2019 0
ମାଲ୍‌କାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ସାହସିକତା ଯୋଗୁ ଶାନ୍ତିଶୃଙ୍ଖଳାର ସହ ମତଦାନ ସମ୍ପାଦନ ହେଇପାରିଛି।ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ…