ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ସାମ୍ପୋଚ ସମବାୟ ସମିତି ଲିଃ ଆଲୁକୁଲ୍ୟରେ ଦୁଇ ଗୋଟି ପଂଚାୟତ ର ଚାଷୀଭାଇ ମାନଙ୍କୁ ନେଇ ଆଜି ମଙ୍ଗଳବାର ଦିନ ପଂଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶଳା ସମିତିର ସଭାପତି ବିଶ୍ୱଜିତ ମିଶ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା!
ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ପୁରୁଣା କଟକ ସମବାୟ ସମିତି ଲିଃ ର ଶାଖା ପରିଚାଳକ ସୌମ୍ୟଜିତ ନାଏକ ଓ ବୌଦ୍ଧ ସମବାୟ ସମିତି ର ସହକାରୀ ସାଧାରଣ ଶାଖା ପରି ଚାଳିକା ସସ୍ମିତା ପ୍ରଧାନ ଉପସ୍ଥିତ ରହି ଚାଷୀ ମାନଙ୍କୁ ସମବାୟ ବ୍ୟାଙ୍କ ସେବା ଓ ଋଣ ଉପରେ ଆଲୋକ ପାତ କରିଥିଲେ!ସାଧାରଣତଃ ଚାଷୀ ଋଣ ଉପରେ 1ଲକ୍ଷ ଭିତରେ ଜଣେ ଚାଷୀ ଲୋନ କଲେ o%ସୁଦ୍ଧ ହାର ଓ ମହିଳା ଏସ ଏଚ ଜି ଗ୍ରୁପ ମା ମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ 0%ସୁଦ୍ଧ ହାର ରିହାତି ରହିଥିବା ସହ ବ୍ୟଙ୍କିଙ୍ଗ ସେବା ରେ ଅଗ୍ରାଧିକାର ମିଳିବା ଦର୍ଶାଇ ଥିଲେ!
ଏହି କର୍ମ ଶlଳାରେ ସାମ୍ପୋଚ ସମବାୟ ସମିତି ଲିଃ ଅନ୍ତର୍ଗତ ସାମ୍ପୋଚ ଓ ବିରାନରସିଂପୁର ପଂଚାୟତ ର ପ୍ରାୟ 80ଜଣ ଚାଷୀ ଉପସ୍ଥିତ ଥିବାବେଳେ ସଫଳ ଚାଷୀ ଭାବେ 6ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା!କାର୍ଯ୍ୟକ୍ରମ ଶେଷରେ ସମିତିର ସମ୍ପାଦକ ବ୍ରଜେନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ!ଉକ୍ତ କାର୍ଯ୍ୟକ୍ରମ ରେ ସମିତିର DEO ଚନ୍ଦନ ସ୍ୱାଇଁ ଓ ଅନ୍ୟ କର୍ମଚାରୀ ମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ!