ଟିଟିଲାଗଡ଼ ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀଙ୍କ ଖେମିସତି ଇଣ୍ଟର ପ୍ରାଇଯେସ ପରିଦର୍ଶନ

373 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି। ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ ମଧ୍ଯ ବାହାରୁଛି, ଯଦ୍ଵ।ରା ଚାକିରି ପାଇବା ପାଇଁ ସୁବିଧା ହେଉଛି। ଛାତ୍ର ଛାତ୍ରୀ ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଏବେ ସରକାର ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଏହି ଶିକ୍ଷା ମାଧ୍ୟମରେ ଯୁବ ପିଢିଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଇସେକ୍ଟ୍ କେନ୍ଦ୍ରର ପରିଚାଳକ ଶ୍ରୀ ଶିବାନନ୍ଦ ଦୀକ୍ଷିତ ନିଜ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଧରି ଟିଟିଲାଗଡର ଅଗ୍ରଣୀ ବ୍ୟବସାୟ କେନ୍ଦ୍ର ଖେମିସତି ଇଣ୍ଟର ପ୍ରାଇଯେଶ (ସ୍ବିଟି ବ୍ରେଡ)କୁ ମଙ୍ଗଳବାର ଦିନ ପରିଦର୍ଶନରେ ନେଇଥିଲେ। ସଂସ୍ଥାର ପରିଚାଳକ ଶ୍ରୀ ପ୍ରକାଶ ଗୋଏଲ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଜ ଫେକ୍ଟ୍ରି ବୁଲାଇ କିପରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଏ ବୁଲାଇ ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ଯ ଦେଇଥିଲେ।

ଗୋଟିଏ ବ୍ୟବସାୟ ଆରମ୍ଭ କରିବାକୁ ହେଲେ କଣ କଣ ଦରକାର ? ସରକାରି ସୁବିଧା କଣ କଣ ରହିଛି ? ନିଜେ ବ୍ୟବସାୟ କିପରି କରିପାରିବେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଆଇସେକ୍ଟର ପରିଚାଳକ ଶିବାନନ୍ଦ ଦିକ୍ଷିତ ଖେମି ସତି ଇଣ୍ଟର ପ୍ରାଇଯେଶ ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରୁ ପୁରସ୍କୃତ ସଂସ୍ଥା ବୋଲି କହିବା ସହ ଶ୍ରୀ ଗୋଏଲଙ୍କ କିପରି ପରିଶ୍ରମ କରି ଆଜି ଏହି ସଫଳତା ପାଇ ଛନ୍ତି ସେହି ସଫଳତାର ବିଷୟରେ ବର୍ଣ୍ଣନା କରିଥିଲେ।

Related Post

ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

Posted by - May 25, 2021 0
ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି ।…

ଗଛ ଡ଼ାଳ ପଡ଼ି ଯୁବକ ମୃତ

Posted by - May 6, 2022 0
ବେଳଗୁଣ୍ଠା-::( ସୁଶାନ୍ତ କୁମାର ବେହେରା)ଭଂଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ପଟଖଣ୍ଡା ମନ୍ଦିର ସ୍ଥିତ ଭଂଜନଗର ଓ ଗାଲେରୀ ଯିବାକୁ ଥିବା ମୁଖ୍ୟ ସଡକ ରେ ଏକ…

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ

Posted by - December 10, 2021 0
ମାଲକାନଗିରି:(ଅବଦୁଲ ଗନି)ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ ମାଲକାନଗିରି ଜିଲ୍ଲା ପ୍ରଶାସନ , ActionAid ଓ UNICEF Odisha ମିଳିତ ଉଦ୍ୟମ ରେ ଜିଲ୍ଲା…

ଖଣ୍ଡିଡଙ୍ଗରିଗୁଡା ଜଙ୍ଗଲରେ ନିଆଁ, ବିପଦରେ ବନ୍ୟପ୍ରାଣୀ

Posted by - April 24, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଚିନ୍ତାର କାରଣ ପାଲଟିଛି ଜଙ୍ଗଳ ନିଆଁ। ମୂଲ୍ୟବାନ ବୃକ୍ଷ ପୋଡି ପାଉଁଶ…

ଜମି ଜାଲିଆତି ମାମଲାରେ ୫ ଗିରଫ୍ : ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଅତିରିକ୍ତ ଏସ୍ ପି ଙ୍କ ସୁଚନା

Posted by - July 7, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଜମି ମାଫିଆଙ୍କ ପ୍ରାଦୁର୍ଭାବ l ନିରିହ ଲୋକଙ୍କ ଜମିକୁ ଜାଲିଆତି…