କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଓଡି଼ଶା ଡ୍ରାଇବର ମହାସଂଘ କାଶୀପୁର ଏକ ପ୍ରେସ୍ର ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାଶୀପୁର ବ୍ଲକ ଡ୍ରାଇବର ମହାସଂଘ ଓଡିଶା ଡ୍ରାଇବର ମହାସଂଘକୁ ସମର୍ଥନ ଜଣାଇ ଆସନ୍ତା 15/2023 ରିଖ ରେ ସରକାରଙ୍କ ଛଳନା ନୀତି ବିପକ୍ଷକରେ ରାଜ୍ୟବ୍ୟାପି ଆନ୍ଦୋଳନ ଓ ସ୍ଟେରିଙ୍ଗ ଛାଡ ସହ ଶାନ୍ତିପୂର୍ଣ ଭାବେ ରାଜ ରାସ୍ତା ରେ ଗଣ ଧାରଣା ଦେବେ ବୋଲି ଆଜି ଓଡିଶା ଡ୍ରାଇବାର ମହାସଂଘ କାଶୀପୁର ତରଫରୁ ଏକ ପ୍ରେସ୍ର ବାର୍ତ୍ତା ଜାରି କରାଯାଇଥିଲା l
ପ୍ରକାଶ ଥାଉକି ବିଗତ 2021 ଓ 2022 ଅକ୍ଟବର 18 ରେ ଓଡିଶା ଡ୍ରାଇବର ମହାସଂଘ ସମଗ୍ର ରାଜ୍ୟବ୍ୟାପି ଆନ୍ଦୋଳନ କରି ରାଜରାସ୍ତା କୁ ଅଲ୍ଲାଇ ଥିଲା l ଉକ୍ତ ସମୟରେ ଡ୍ରାଇବର ମହାସଂଘ 9 ଦଫା ସମ୍ବଳିତ ଦାବୀ ସମୂହ ସରକାରଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା ,ରାଜ୍ୟସରକାରଙ୍କ ପ୍ରତିଶୃତି ସନ୍ତୁଷ୍ଟଜନକ ନ ଥିବାରୁ ପୁଣି ଆସନ୍ତା 15 ତାରିଖରେ ରାଜ୍ୟ ଡ୍ରାଇବର ମହାସଂଘ ଅଖ ଚଖ ବନ୍ଧ ଏବଂ ସ୍ଟେରିଙ୍ଗ ଛାଡ ଡାକରା ରେ ରାଜରାସ୍ତା ରେ ଅଲ୍ଲାଇ ମହାସଂଘର ନିଷ୍ପତି କ୍ରମେ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି କାଶୀପୁର ବ୍ଲକ ଡ୍ରାଇବର ମହାସଂଘ ତରଫରୁ ପ୍ରକାଶ କରାଯାଇଛି l
ଜନସାଧାରଣ ଏବଂ ପ୍ରଶାସନର ସମସ୍ୟାକୁ ଦୃଷ୍ଟିରେ ରଖି ଜରୁରୀ କାଳୀନ ସେବା ଯାହା -ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ସ୍କୁଲ ଛାତ୍ର ଛାତ୍ରୀ ଓ ପ୍ରଶାସନିକ ଗମନାଗମନ ଇତ୍ୟାଦି ଅବ୍ୟାହତ ରହିବ ବୋଲି ମହାସଂଘ ନିଷ୍ପତ୍ତି ନେଇଥିବାର ଦର୍ଶା ଯାଇଛି l
ଏହି କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଡ୍ରାଇବର ସଙ୍ଘ ସଭାପତି ଜଗିଜୀବନ ନାଏକ, ଉପସଭାପତି ଜଗନ୍ନାଥ ତୁରୁକ, ସମ୍ପାଦକ ନୀଳକଣ୍ଠ ନାଏକ, କଷାଦ୍ଧକ୍ୟ ଧନ ମାଝୀଙ୍କ ସମେତ ବ୍ଲକ ଡ୍ରାଇଭର ମାନେ ଉପସ୍ଥିତ ଥିଲେ l