ବୌଦ୍ଧ (୧୩/୦୩):(ଚିତ୍ତରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ଏକ କୂଅ ଭିତରୁ ଗାଈକୁ ଉଦ୍ଧାର କରାଯାଇଛି । ସୂଚନା ମତେ ଧୁଙ୍ଗିଆମୁଣ୍ଡା ଗ୍ରାମର ଗଡ଼ତିଆ ଉମାକାନ୍ତ ମଲ୍ଲିକଙ୍କ ଗାଈ ଦୁର୍ଘଟଣା ବଶତଃ ତାଙ୍କ ବାଡ଼ି ପଟ କୁଅ ଭିତରେ ଗଲିପିଡ଼ିଥିଲା । କୁଅ ଭିତରୁ ଏକ ଉଚ୍ଚ ଶବ୍ଦ ହେବାରୁ ଉମାକାନ୍ତଙ୍କ ପରିବାର ଲୋକେ ଯାଇ ଗାଈଟିକୁ ପଡିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ।
ଏହା ପରେ ପ୍ରଥମେ ସେମାନେ ନିଜେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହେଇଥିଲେ । ଠିକ ଏହି ସମୟରେ ଯୁବ ସମାଜସେବୀ ସୁଧିର ଦୀପ ଏହି ଖବର ପାଇ ସେଠାରେ ପହଞ୍ଚି ତୁରନ୍ତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ । ସ୍ଥାନୀୟ ଦମକଳ କେନ୍ଦ୍ର ଚାରିଛକ ଗାଡି ସେହି ସମୟରେ ଉପଲବ୍ଧ ନଥିବାରୁ ଆଠମଲ୍ଲିକ ଦମକଳ।କେନ୍ଦ୍ରକୁ ଯୋଗାଯୋଗ କରିଥିଲେ । ଶେଷରେ ଆଠମଲ୍ଲିକ ରୁ ଦମକଳ କେନ୍ଦ୍ର ଆସି ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ତପନ ସାମଲ ଓ ତାଙ୍କ ଟିମ ମିଶି ଗାଈକୁ ଉଦ୍ଧାର କରିଥିଲେ ।