ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବାଉଁଶୁଣିରେ ଜବରଦଖଲ ଉଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ ତାରିଖରେ ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଦେଇଥିବା ସମୟ ମଧ୍ୟରେ ଛୋଟ ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ଦୋକାନୀ ଜାଗା ଛାଡିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଉର୍ଦ୍ଧ୍ବ ବିତିଯାଇଥିଲେ ମଧ୍ଯ ପ୍ରଶାସନର ନିର୍ଦେଶକୁ ଫୁ କଲା ଭଳି ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ ।
ଗତ ଅକ୍ଟୋବର ୨୦ ତାରିଖରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣି ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ୍ ମଲ୍ଲିକ ଏବଂ ବାଉଁଶୁଣି ପୋଲିସ୍ ର ଉପସ୍ଥିତିରେ ମାପ କରାଯାଇ ସରକାରୀ ସ୍ଥାନକୁ ଚିହ୍ନଟ କରି କାନ୍ଥମାନଙ୍କୁ ଦିଆଯାଇଥିବା ନାଲିଗାରକୁ କିଛି ବଡ଼ବଡ଼ିଆ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ କାହା ଛତ୍ର ଛାୟା ତଳେରହି ଏବଂ କେଉଁ ଅଦୃଶ୍ୟ ଶକ୍ତି ବଳରେ ଏମାନଙ୍କୁ ଉଠାଯାଉନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟ ପକ୍ଷରେ ଜବର ଦଖଲ ହଟାଯାଇଥିବା ଭଙ୍ଗା ସାମଗ୍ରୀ ଗୁଡ଼ିକ ଉଠାଯାଉନଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଏ ସଂପର୍କରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କୁ ପଚାରିବାରୁ ମୁଁ ତହସିଲଦାରଙ୍କୁ କହୁଛି ବୋଲି କହିଛନ୍ତି। ତ ଦେଖିବାକୁ ବାକି ରହିଲା ସେହି ଲୋକମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଏତିକିରେ ଜବରଦଖଲ ଉଛେଦ ଅଟକି ଯିବ ଦେଖିବାକୁ ବାକି ରହିଲା।