ମହାଲିକ ପଡା ରେ ମା ବାଟପନ୍ଥେଇ ଙ୍କ ପୂଜାର୍ଚ୍ଚନା ସହିତ ଭକ୍ତି ଭାବରେ ସମ୍ପର୍ଣ ହେଲା ଯାତ୍ରା

55 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ଆଜି ନୁହେଁ କାହିଁ ରାଜା ରାଜୁଡା ଅମଳ ରୁ ହୋଇ ଆସୁଛି ମା ବାଟପନ୍ଥେଇ ଦେବୀ ଙ୍କ ପୂଜା l ଗ୍ରାମର ଗଉଁତିଆ ଙ୍କ ବାପା ଦେବୀ ଙ୍କ ପୂଜା ଅର୍ଚନା କରୁଥିବା ଦେହୁରୀଙ୍କ କହିବା ଅନୁଯାୟୀ ଆମ ବାପ ଅଜା ଅମଳରୁ ଏହି ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପୂର୍ବେ ବୌଦ୍ଧ ରାଜା ଅଞ୍ଚଳ କୁ କର ଖଜନା ଅସୁଲ ପାଇଁ ଆସୁଥିବା ବେଳେ ମହାଳିକପଡା ଅଞ୍ଚଳ ର ପ୍ରାୟ 72 ଖଣ୍ଡ ମୌଜା ର ମୁଖିଆ ଙ୍କ ଦ୍ୱାରା ଅର୍ଥ ଅସୁଲ କରି ରାଜାଙ୍କ ପାଖକୁ ପୈଠ ପାଇଁ ଯାଇଥାନ୍ତିl ସମସ୍ତ ମୌଜା ର ମୁଖିଆ ମାନେ ରାଜା ଙ୍କ ଠି କର ପୈଠ କରି ବାଟରେ ଫେରିବା ସମୟ ରେ ମାଁ ବାଟପନ୍ଥାଇ ଦେବୀ ଙ୍କ ଆବିର୍ଭାବ ହେବା ସହ ସେ ସମୟ ରେ ଲାଗିଥିବା ମହାମାରୀବସନ୍ତ ର ଦୂରୀକରଣ ଓ ଶୀତଳ ପୂଜା ପାଇଁ ଉକ୍ତ ସ୍ଥାନ ରେ ତିନି ବର୍ଷ ରେ ଥରେ ପୂଜା ଅର୍ଚନା କରିବା ପାଇଁ ଗଉଁତିଙ୍କୁ ନିର୍ଦେଶ ଦେଇଥିଲେ l

ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଅଞ୍ଚଳ ର 72ଖଣ୍ଡ ମୌଜା ର ଲୋକମାନଙ୍କ ସହଯୋଗ ରେ ପରମ୍ପରିକ ରୀତିନୀତି ରେ ଢୋଲ ମହୁରୀ ତାଶା ଓ ପୂଜା ସାମଗ୍ରୀ କୁ ଧରି ମା ଙ୍କ ପୀଠ ସ୍ଥଳୀ କୁ ଯାଇ ଉକ୍ତ ପୂଜା ଅର୍ଚନା ହୋଇ ଆସୁଛି ବୋଲି ଗ୍ରାମର ଦେହୁରୀଙ୍କ ଠାରୁ ସୂଚନା ମିଳିଛି l ଏନେଇ ଗୁରୁବାର ଦିନ ହୋଇଥିବା ମାଁ ବାଟ ପନ୍ଥାଇ ପୂଜା ଅର୍ଚନା ଯାତ୍ରାରେ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଥିବା ବେଳେ ସନମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଚେୟାରମ୍ୟାନ ପ୍ରଭାସିନୀ ଦାସ ସ୍ଥାନୀୟ ସରପଞ୍ଚ ମାମୁନି ବାଘ ଓ ସମିତି ସଭ୍ୟା ଯୋଗ ଦେଇଥିବା ବେଳେ ଉକ୍ତ ଯାତ୍ରା କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଅଞ୍ଚଳ ର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା lପୂଜା କମିଟିର ସଭାପତି ଏବଂ ସମସ୍ତ ସଭ୍ୟ ମନ୍ତ୍ରୀ ଙ୍କୁ ମାଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ଦେଇ ଥିଲେ ଫଳରେ ମନ୍ତ୍ରୀ ଶ୍ରୀ ଅମାନ୍ତ ବିଧାୟକ ପାଣ୍ଠିରୁ ଯୋଗାଇ ଦେବେ ବୋଲି ପ୍ରତି ସୃତି ଦେଇ ଛନ୍ତି ବୌଦ୍ଧ ରୁ ଚିତ୍ତରଞ୍ଜନ ସିଂ l

Related Post

ବାଳିକା ଆବାସିକ ବିଦ୍ୟାଳୟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ବାଲ୍ୟ ବିବାହ ବନ୍ଦ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଆଜି ସରସରା ଗ୍ରାମ ଠାରେ ଗୋଟିଏ ପରିବାର ର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ବନ୍ଦ କରାଯାଇଛି…

ଭବାନୀପାଟଣା ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ

Posted by - November 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଭୋଟର ତାଲିକା…

ଟିଟିଲାଗଡ଼ ତାଲୁକ ଆଇନ ସେବା ସମିତି ତରଫରୁ ଶିଶୁ ଦିବସ ପାଳିତ

Posted by - November 14, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପବିତ୍ର ଶିଶୁ ଦିବସ ଉପଲକ୍ଷେ ଏବଂ ୨ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେବାକୁ ଥିବା ପେନ ଇଣ୍ଡିଆ ଆୱାର୍ନେସ ଏବଂ ଆଉଟରିଚ କେମ୍ପେନ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ

Posted by - October 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା…

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଙ୍କ ବିରଜା ଦର୍ଶନ

Posted by - September 27, 2019 80
କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଦିନିକିଆ ଗସ୍ତରେ ଆସି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ବର୍ତମାନ ମାଙ୍କ…