ଟିଟିଲାଗଡ/ ସଇଁତଳା:( ସଞ୍ଜୟ କୁମାର ନାୟକ)ମାର୍ଚ୍ଚ ୧୨ ତାରିଖ ରବିବାର ସଇଁତଳା ବ୍ଲକର ଛନଛଡା ଖେଳ ପଡିଆ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା/ମାନ୍ୟବର କେବିନେଟ୍ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକି ସାହୁ, ଜିଲ୍ଲା ମହିଳା ସଭାପତି ଦମୟନ୍ତୀ ବାଗ,ରାଜ୍ୟର ମହିଳା ନେତୃବୃନ୍ଦ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧି ଓ ଦଳୀୟ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନେତୃତ୍ଵରେ କଂଗ୍ରେସ ଓ ବିଜେପି ଦଳ ଛାଡ଼ି ବହୂ ମହିଳା ଓ ପୁରୁଷ ମାନେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।
ସେମାନେ ହେଲେ କନ୍ଧକେଲ ଗ୍ରାମପଞ୍ଚାୟତର ୧୯ ଜଣ କଂଗ୍ରେସ କର୍ମି, କଂସର ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର ନିରୁପମା ଦିପ, କୌଶଲ୍ୟା ସାହୁ, କବି ସାହୁ, ବେଲମତି ନାଏକ,ପୂର୍ବତନ ୱାର୍ଡ଼ ମେମ୍ବର ଫୁଲଦେଇ ସାହୁ, କଂଗ୍ରେସ କର୍ମୀ ସୁକାନ୍ତି ସାହୁ, ବବିତା ବାଗ( ୭ ଜଣ), ଅନ୍ୟ ପାଖ ଗ୍ରାମର ୧୩ ଜଣ।