ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଶିକ୍ଷା ହେଉଛି ମଣିଷ ଜୀବନ ଗଢି ତୋଳିବାର ପ୍ରଥମ ସୋପାନ। ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି। ଦିନକୁ ଦିନ ବିଭିନ୍ନ ପାଠ୍ୟକ୍ରମ ମଧ୍ଯ ବାହାରୁଛି, ଯଦ୍ଵ।ରା ଚାକିରି ପାଇବା ପାଇଁ ସୁବିଧା ହେଉଛି। ଛାତ୍ର ଛାତ୍ରୀ ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସ୍କିଲ ଡେଭଲପମେଣ୍ଟ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଉଛନ୍ତି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଆଇସେକ୍ଟ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଠାରେ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ।
ଏହି ସଚେତନତା ରଥ ଟିଟିଲାଗଡ଼ ବ୍ଲକ ତଥା ବଲାଙ୍ଗୀର ଜିଲ୍ଲାର ପ୍ରତି ଗ୍ରାମକୁ ଯାଇ ଏହି ନୂତନ ପାଠ୍ୟକ୍ରମ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ସେମାନେ ଏହି ଶିକ୍ଷା ଗ୍ରହଣ କଲେ ନିଜେ ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ବାର୍ତା ପହଞ୍ଚାଇବ। ଏହି ରଥର ଲୋକାର୍ପଣ ଅବସରରେ OKCL ର ଜିଲ୍ଲା ସଂଯୋଜକ ସଞ୍ଜୀବ ପ୍ରଧାନ, ଆଇସେକ୍ଟ୍ କେନ୍ଦ୍ରର ପରିଚାଳକ ଶ୍ରୀ ଶିବାନନ୍ଦ ଦୀକ୍ଷିତ, ରୋଲି ମେଡମ ଏବଂ ଶିକ୍ଷା କେନ୍ଦ୍ରର ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ଏହା ଓଡ଼ଶା ସରକାରଙ୍କ ଆଇଟି ବିଭାଗ ପକ୍ଷରୁ (OSOU)ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟିର (OSCIT) ଓଡ଼ିଶା ଷ୍ଟେଟ ସାର୍ଟିଫିକେଟ ଇନ ଇନଫର୍ମେଶନ ଟେକନୋଲୋଜି ପାଠ୍ୟକ୍ରମ , ଏହି ସ୍କିଲ ଡେଭଲପମେଣ୍ଟ ଓଡ଼ିଶା ନୋଲେଜ କର୍ପୋରେସନ ଲିମିଟେଡ (OKCL) ର ଅନ୍ତର୍ଭୁକ୍ତ ଅଟେ । ସରକାର ପିଲାମାନେ କିପରି ଉନ୍ନତ ମାନର ପାଠ୍ୟକ୍ରମରେ ସାମିଲ ହୋଇ ନିଜର ଭବିଷ୍ୟତ ଗଢି ତୋଳିବେ ସେଥିପାଇଁ ଏହି ପଦକ୍ଷେପ ନେଇଛନ୍ତି। ଯଦ୍ୱାରା ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ସେଣ୍ଟର୍ ପରିଚାଳକ ଶ୍ରୀ ଦୀକ୍ଷିତ କହିଛନ୍ତି।