ଯାଜପୁର:ଯାଜପୁର ପୌରପାଳିକାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରାରମ୍ଭିକ ପୁଂଜି ପ୍ରଦାନ କାର୍ଯ୍ୟକ୍ରମ ସହରର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବିଶ୍ବ ମହିଳା ଦିବସ ଅବସରରେ ଯୁଦ୍ର ଖାଦ୍ୟ ପକ୍ରିୟାକରଣ କାର୍ଯ୍ୟକ୍ରମରେ ପୂର୍ବରୁ ଆବେଦନ କରିଥିବା ୨୪ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୮୦ ଲକ୍ଷ ଟଙ୍କାର ସିଡ କ୍ୟାପିଟାଲ ପ୍ରଦାନ କରାଯାଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମକୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ପୌରାଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲିକ,ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ପ୍ରମୁଖଙ୍କ ସହ ସମସ୍ତ କାଉନସିଲର ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପୌରପାଳିକାର ୪୭୩ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ।