ଖପ୍ରାଖୋଲ: ୯/୩( ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ। ବୁଧବାର ବିଳମ୍ବିତ ରାତି ରେ ଖପ୍ରାଖୋଲ ପୋଲିସ ଭ୍ୟାନ ଭିତରୁ ବସ୍ତାରେ ଭର୍ତ୍ତି ହୋଇଥିବା ଏକ ମୃତ ଦେହ ଉଦ୍ଧାର କରିଛି । ଏହି ଘଟଣା ରେ ପୋଲିସ ୪ ଜଣକୁ ଗିରଫ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ପଦ୍ମପୁର ଥାନା ଗଡଭାଟି ଗାଁ ର ରୁଦ୍ରମେହର (୩୮) ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ଶ୍ଵଶୁର ଘର ଲୋକେ ପିଟି ପିଟି ଜ୍ବାଇଁ କୁ ମାରିଦେବା ପରେ ଘଟଣାକୁ ଚପାଇ ଦେବା ପାଇଁ ଚେଷ୍ଟା କରି ଭ୍ୟାନ ରେ ଜରି ବସ୍ତାରେ ମୃତ ଦେହ ପୁରାଇ ପିଙ୍ଗିବା କୁ ଉଦ୍ୟମ କଳା ସମୟରେ ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ । ଏହାପରେ ଗାଡ଼ି ଅଟକ ରଖି ଖପ୍ରାଖୋଲ ପୋଲିସ କୁ ଜଣାଇଥିଲେ ।
ପୋଲିସ ଖବର ପାଇ ଗ୍ରାମକୁ ଯାଇ ଗାଡ଼ି ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହାସହ ମୃତଦେହ ଜବତ କରି ଖପ୍ରାଖୋଲ କୁ ଆଣିଥିଲେ। ପ୍ରକାଶ ଯେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗଡ଼ଭାଟି ଗାଁ ର ରୁଦ୍ର ମେହେର ଗତ ୧୦ ବର୍ଷତଳେ ଚାବ୍ରିପାଳି ଗାଁ ର ଉଦ୍ଧବ ମେହେର ଙ୍କ ଝିଅ ସରୋଜିନୀ କୁ ବିବାହ କରିଥିଲେ । ଗତ ବୁଧବାର ଦିନ ପିଲାଙ୍କସହ ସ୍ତ୍ରୀ ଏକ ବିବାହ ଉତ୍ସବ କୁ ଯାଇଥିଲେ । ଜ୍ବାଇଁ ଓ ଶଶୁର ଘରେ ଥିବା ସମୟରେ କୌଣସି କଥାକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ହାତା ହାତୀ ହୋଇ ଜ୍ବାଇଁ ର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟପକ୍ଷରେ ଶ୍ଵଶୁର ଘର ଲୋକେ ଉକ୍ତ ହତ୍ୟା ଘଟଣା କୁ ଚପାଇ ଦେବା ପାଇଁ ଏକ ଭ୍ୟାନ ଗାଡ଼ି ନମ୍ବର ଓଡି ୦୩ ଏକ୍ସ ୭୦୦୬ ରେ ଜ୍ବାଇଁ ର ମୃତ ଦେହ କୁ ଏକ ଜରି ବସ୍ତା ମାଧ୍ୟମରେ ଭରି କୌଣସି ସ୍ଥାନକୁ ଫିଙ୍ଗି ନେବା ଉଦ୍ୟମ କଲା ସମୟରେ ଗ୍ରାମ ବାସି ସନ୍ଦେହ କରି ଭ୍ୟାନ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ।
ଗିରଫ ଅଭିଯୁକ୍ତ ମାନେ ହେଲେ ମୃତକ ଙ୍କ ଶ୍ଵଶୁର ଉଦ୍ଧବ ମେହେର ( ୫୫) , ସୁନିଲ କୁମାର ମେହେର(୧୯), ଶାଶୁ ବନଲତା ମେହେର (୫୦) ସ୍ତ୍ରୀ ସରୋଜିନୀ ମେହେର ( ୩୨) କୁ ଗିରଫ କରିଥିବା ଜଣାଯାଇଛି।ଏ ନେଇ ମୃତକ ଙ୍କ ବଡ଼ ଭାଇ ଖଗେଶ୍ବର ମେହେର ଙ୍କ ଲିଖିତ ଅଭିଯୋଗ ଅନୁସାରେ ଖପ୍ରାଖୋଲ ଥାନା କେସ ନମ୍ବର ୩୮/୨୩ ଧାରା ୩୦୨,୨୦୧ ଓ ୩୪ ଆଇ ପି ସି ରେ ଏକମାମଲା ରୁଜୁ କରି ଚାରି ଜଣ ଙ୍କୁ ଗିରଫ କରି ଘଟଣା ର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା ମାମଲା ର ତଦାରଖ କରୁଛନ୍ତି। ଉଦ୍ଧାର ମୃତ ଦେହାକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ମୃତକ ଙ୍କ ଏକ ଝିଅ (୬)ଓ ପୁଅ ୮ ମାସର ଥିବା ଜଣାଯାଇଛି।