ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଂଗ୍ରେସ କମିଟି ସଭାପତି ସୁଶାନ୍ତ ମଲିକଙ୍କ ନେତୃତ୍ଵରେ କଣ୍ଟାମାଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ନିଷ୍ପତ୍ତି କ୍ରମେ ବିଗତ ଦିନରେ ପୁଞ୍ଜିପତି ଗୌତମ ଆଦାନୀଙ୍କ ଦ୍ୱାରା ମିଥ୍ୟା ଦସ୍ତାବିଜ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକଙ୍କୁ ଦିଆଯାଇ ଦେଶର କୋଟି କୋଟି ଜନତାଙ୍କ ଅର୍ଥ ଆତ୍ମସାତ ଘୋଟାଲା “ହିଡ଼ନ ବର୍ଗ ” ସଂସ୍ଥା ଦ୍ୱାରା ରିପୋର୍ଟ ପ୍ରକାଶିତ ହେବାପରେ ଏସ ବି ଆଇ ଏବଂ ଭାରତୀୟ ଜୀବନ ବୀମା ନିଗମରେ ଜମାକାରୀ ତାଙ୍କ ଅର୍ଥ ଫେରି ପାଇବା ନେଇ ଆଶଙ୍କା ଜାତ ହୋଇଛି।
ପୁନଃ ମୋଦୀ ସରକାର ଅଯାଚିତ ଭାବେ ଉପରୋକ୍ତ ଉଭୟ ସଂସ୍ଥାରୁ ହଜାର ହଜାର କୋଟି ଋଣ ଆଦାନୀ ଗ୍ରୁପରେ ନିୟୋଜିତ କରିଛନ୍ତି ।ଅଥଚ ଘୋଟଲା ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ସେଥି ସଂସ୍ଥା ସମ୍ପର୍କିତ କୌଣସି ମତ୍ତ ପ୍ରକାଶ ନକରିବା ଦ୍ୱାରା ଭାରତୀୟ ଜାତୀୟ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହ ଉଭୟ ସଂସ୍ଥାର ସମସ୍ତ ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରଦେଶ କଂଗ୍ରେସ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଶୁକଦେବ ମଙ୍ଗରାଜ, ନିତ୍ୟାନନ୍ଦ କର୍ମୀ, ଶ୍ରୀମତୀ ଝରା ମହାନନ୍ଦ, ସୁନାଧର ପୁଟେଲ୍ ସମେତ ଶତାଧିକ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।