ଯାଜପୁର:୦୭/୦୩ ପବିତ୍ର ଦୋଳ ପୂର୍ଣ୍ଣିମା। ଦେଶ ରେ ଆସନ୍ତା କାଲି ରଙ୍ଗର ପର୍ବ ହୋଲି ଖେଳାଯିବାକୁ ଥିବା ବେଳେ ଆଜି ଯାଜପୁର ଜିଲ୍ଲାର କେତେକ ଅଂଚଳରେ ହୋଲି ପର୍ବ ପାଳନ ହେଉଛି। ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପଞ୍ଜିକା ଅନୁଯାୟୀ ଏହି ହୋଲି ପର୍ବ ପାଳନ ହେଉଛି।
ଚଳିତ ବର୍ଷ ବେଶ ଧୁମଧାମରେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି ଯାଜପୁରବାସୀ। କେମିକାଲ ରଙ୍ଗ ବଦଳରେ ପ୍ରାକୃତିକ ବା ହର୍ବାଲ ରଙ୍ଗ ବ୍ୟବହାର କରି ପରସ୍ପର ପରସ୍ପର କୁ ହୋଲି ର ଶୁଭେଚ୍ଛା ଜଣାଇଛନ୍ତି। ଛୋଟ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରଙ୍ଗ ର ପର୍ଵ ରେ ସାମିଲ ହୋଇଛନ୍ତି। ପରସ୍ପରକୁ ପୁଂଲ ଦେଇ ମିଠା ଖୁଆଇ ହୋଲି ର ଅଭିନନ୍ଦନ ଜଣାଯାଇଛି ।