ଜଳୁଛି ହରଭଙ୍ଗା ବ୍ଲକର ସମସ୍ତ ଜଙ୍ଗଲ ,ବେଫିକର ବନ ବିଭାଗ ,ବିପଦ ସଂକୁଳ ଅବସ୍ଥାରେ ବନ୍ୟ ପ୍ରାଣୀ

69 0

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ)  ସଂପୂର୍ଣ୍ଣ ଧ୍ବଂସ ହୋଇଯିବକି ହରଭଙ୍ଗା ବ୍ଲକ ଅଧିନସ୍ଥ ଜଙ୍ଗଲ, ଜଳି ପାଉଁଶ ହୋଇଯିବକି ମୂଲ୍ୟବାନ କାଠ, ଔଷଧିୟ ବୃକ୍ଷ ଜଳି ଛାରଖାର ହୋଇଯିବେକି ବନ୍ୟପ୍ରାଣୀ!ଗପ ନୁହେଁ ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ର ବିଭିନ୍ନ ଜଙ୍ଗଲରେ! ପୁରୁଣା କଟକ ବନ ବିଭାଗ, ମାଧପୁର ବନାଞ୍ଚଳ ଓ ବହୁ ଚର୍ଚ୍ଚିତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବହୁ ଜଙ୍ଗଲରେ ଦୁଇଦିନ ଧରି ନିଆଁ ଲାଗିଥିବାର ସ୍ଥାନୀୟ ବାସିନ୍ଦା ମାନେ ମତ ପ୍ରକାଶ କରିଥିବା ସହ ନିଆଁ ଲିଭାଇବାକୁ କୋଣସି ବନ ବିଭାଗ କର୍ମଚାରୀ ଆସୁନ ଥିବା ମଧ୍ୟ ଅଭିଯୋଗ ହୋଇଛି !

ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ଅରାଗଡ଼ ପାହାଡ଼ର ସୁଲିଆ ଜଙ୍ଗଲ, ଗୁଣ୍ଡୁରୀବିଡା, ତିଲ୍ଲୀକିପୂର, ହରିଡ଼ା ବିଡା,ଅରଖ ପଦର, ମାଧପୁର ରେଞ୍ଜର ଗାଣ୍ଡା ପାଜୁ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା କୁମାରୀ ବାଙ୍କଦେବୀ ପାହାଡ଼, ସୁନା ଖଣିଆ, ହାତୀଧରା, ମୁଣ୍ଡେଶ୍ୱର ଆଦି ଜଙ୍ଗଲରେ ରେ ନିଆଁ ଲାଗିଛି ହେଲେ ବନ ବିଭାଗ ପାଖରେ ଏହାର ତଥ୍ୟ ନ ଥିବାରୁ ଦୁଇଦିନ ଧରି ଜଙ୍ଗଲ ଜଳୁଛି!ଫଳରେ ମୂଲ୍ୟବାନ ଗଛ, ଔଷଧିୟ ବୃକ୍ଷ, ବନ୍ୟ ପ୍ରାଣୀ ଧ୍ବଂସ ହେବାରେ ବସିଲେଣି!ସ୍ଥାନେ ସ୍ଥାନେ ନିଆଁ ଭୟରେ ବନ୍ୟ ଜନ୍ତୁ ଜଙ୍ଗଲରୁ ବାହାରକୁ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସୁଥିବା ବେଳେ ଲୋକ ଙ୍କ ମୁଖରେ ପଡି ଶିକାର ହେଉଛନ୍ତି!ବେଫିକର ଓ ବେପରୁଆ ବନ ବିଭାଗ କାର୍ଯ୍ୟ ପାଇଁ ଧ୍ବଂସ ହେବାକୁ ବସିଛି ଜଙ୍ଗଲ ଓ ବିଷାକ୍ତ ହେବାକୁ ବସିଛି ପରିବେଶ!

Related Post

ଉଦ୍ଘାଟିତ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

Posted by - December 21, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ସ୍ଵାସ୍ଥ୍ୟସେବା, ରୋଗୀ ନିକଟରେ ପହଞ୍ଚିବେ ଡାକ୍ତର ଗୁରୁତର ରୋଗୀ ଅସୁବିଧାର ସମ୍ମୁଖିନ ହେବେନାହିଁ ଏହି ଉଦ୍ଧେଶ୍ୟରେ…

ଅନଗୁଳ ଜିଲ୍ଲାରେ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା.

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ଆଜି ( ଗୁରୁବାର) ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ପଜିଟିଭ୍ ସଂଖ୍ୟା ୧୦୨୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ…

ବାତ୍ୟା ଜୱାଦ ର ପ୍ରଭାବରେ ଯାଜପୁର ଜିଲ୍ଲାରେ ବର୍ଷା

Posted by - December 5, 2021 0
ଭୁବନେଶ୍ବର /ଯାଜପୁର :ସମୁଦ୍ର ଭିତରେ ବାତ୍ୟା ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା । ସମୁଦ୍ର ଭିତରେ ବାତ୍ୟାର…

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି , ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ , ଟଙ୍କା ହେରଫେର ନେଇ ସ୍କୁଲରେ ପଡିଲା ତାଲା

Posted by - September 24, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ…

ପୁଣି ଲେଉଟିଲା ଶୀତ, ଘନ କୁହୁଡି ର ଆସ୍ତରଣ, ଜନ ଜୀବନ ଅସ୍ତବ୍ୟସ୍ତ

Posted by - December 13, 2021 0
ହରଭଙ୍ଗା:ବୌଦ୍ଧ(ଚିତ୍ତ ରଂଜନ ସିଂ)କିଛି ଦିନ ବ୍ୟବଧାନ ପରେ ପୂର୍ବ ଆକଳନ ଅନୁଯାୟୀ ଗତ କାଲି ଠାରୁ ସମଗ୍ର ହରଭଙ୍ଗା ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭବ ହୋଉଛି।ହଟାତ ଗତ…