Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବୌଦ୍ଧ ଅବକାରୀ ପୋଲିସର ଦୋମୁହାଁନୀତି ଚାକିରୀ ବଞ୍ଚାଇବା ପାଇଁ ଧରୁଛି ପିମ୍ପୁଡି ଛାଡ଼ୁଛି ହାତୀ

53 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଏକଦା ଶିଳ୍ପ ବିହୀନ ଓ ଚିର ମରୁଡି, ବନ୍ୟା ପ୍ରପିଡ଼ିତ ଜିଲ୍ଲାରେ ପରିଗଣିତ ବୌଦ୍ଧ ଜିଲ୍ଲା ସମୟାନୁକ୍ରମେ ଏବେ ଉତ୍କୃଷ୍ଟ ଗଞ୍ଜେଇ ଚାଷର ହବ ପାଲଟିଯାଇଛି।ବାହାର ରାଜ୍ୟର ଚୋରା ନିଶା ବଜାରରେ ବୌଦ୍ଧ ଗଞ୍ଜେଇର ସର୍ବାଧିକ ଚାହିଦା ଦୃଷ୍ଟିରୁ ଏଠାକୁ ଛୋଟ ମୋଟ ବେପାରୀଙ୍କ ଠାରୁ ଆରମ୍ଭ କରି ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ସୁଅ ଛୁଟିବାରେ ଲାଗିଛି।ଅବୈଧ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାରଙ୍କର ସ୍ୱତନ୍ତ୍ର ଅବକାରୀ ବିଭାଗ ରହିଛି।ମାତ୍ର ବୌଦ୍ଧ ଜିଲ୍ଲାରେ କାଁ ଭାଁ କେଉଁଠି ଗଞ୍ଜେଇ ଜବତ କରିବାକୁ ସକ୍ଷମ ହେଉଥିବା ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ନେଟୱାର୍କ ରୋକିବାକୁ ଆଜିଯାଏ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିବା ଦ୍ରୁଷ୍ଟି ଗୋଚରକୁ ଆସୁନଥିବାରୁ ବିଭାଗୀୟ ଦକ୍ଷତା ଓ ସାଧୁତା ଉପରେ ପ୍ରଶ୍ନଚିହ୍ନ ଦେଖା ଦେଇଛି।

ଏହାର ମୂଳ ଉତ୍ପାଟନ ପାଇଁ ବୌଦ୍ଧ ପୋଲିସ, ଅବକାରୀ ,ରାଜସ୍ୱ ଓ ବନବିଭାଗ ମିଳିତ ପ୍ରୟାସରେ ବିଗତ କେଇମାସ ଧରି ଲଗାତାର ଭାବେ ପ୍ରତିଦିନ ଶହଶହ ହେକ୍ଟର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ କଟାଯାଇ ନଷ୍ଟ କରାଯିବା ସତ୍ତ୍ୱେ ତାହା ଅଗାଧ ସମୁଦ୍ରରୁ ଶଙ୍ଖେ ପାଣି କାଢିବା ସଦୃଶ୍ୟ ଏହାର କାୟା ଆହୁରି ଆହୁରି ବିସ୍ତାରୀଥିବା ଜଣାପଡ଼ିଛି।ରାତାରାତି ଧନୀ ହେବା ଲକ୍ଷ୍ୟରେ କିଏ ସାଇକେଲ, ମୋଟର ସାଇକେଲ, ଅଟୋ ରେ ତ ଆଉ କିଏ ନାମୀଦାମି କାର, ଆମ୍ବୁଲାନ୍ସ ,ଟ୍ୟାଙ୍କର ଓ କଣ୍ଟେନର ଯୋଗେ ଯିଏ ଯେଉଁତିରେ ଯେମିତି ପାରିଲା ପନି ପରିବା ବୋହିବା ଭଳି କୌଶଳ ଖଟାଇ ପ୍ରତିଦିନ ବୌଦ୍ଧ ଜିଲ୍ଲାରୁ ବିଭିନ୍ନ ପଥଦେଇ ଯାନବାହନ ଯୋଗେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଛନ୍ତି।ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରୁ କିଏ କେମିତି ପୋଲିସ ହାତରେ ଧରାପଡି ଜେଲଯିବା ସହିତ ବହୁ ଆର୍ଥିକ କ୍ଷତିଗ୍ରସ୍ତ ହେଉଥିଲେ ବି ଥମିବାର ନାଁ ନେଉନି ଗଞ୍ଜେଇ ଚାଲାଣର ଏହି କଳା କାରବାର।

ଗଞ୍ଜେଇ ଚୋରା ଚାଲାଣକୁ ପରୋକ୍ଷରେ ଅଣଦେଖା କରିବା ପାଇଁ ଅବକାରୀ ବିଭାଗୀୟ ଅଧିକାରୀ ମାନେ କୁଆଡେ ଏହି ବ୍ୟବସାୟରେ ସମ୍ପୃକ୍ତ କାର୍ପୋଟଦାରଙ୍କ ଠାରୁ ନିୟମିତ ମାସିକ ମୋଟା ଅଙ୍କର ବଟି ନେଉଥିବା ଅଭିଯୋଗ ହେଉଛି।ଅପର ପକ୍ଷରେ ଲୋକଙ୍କ ଆସ୍ଥା ହରାଇଥିବା ବୌଦ୍ଧ ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ମାନେ ନିଜ ଚାକିରୀ ଓ ମହତ ରକ୍ଷାପାଇଁ ବିଭିନ୍ନ ଗାଁ ଗହଳିରେ ଚୋରା ମହୁଲି ରନ୍ଧାମଦ ବିକ୍ରି କରୁଥିବା ମଦ ବେପାରୀ ଙ୍କ ଉପରେ ଚଢାଉ କରି ପାରିବା ପଣିଆ ଜାହିର କରୁଥିବା ବେଳେ ଏହାକୁ ନେଇ ମଧ୍ୟ ସଚେତନ ନାଗରିକ ମହଲରେ ପ୍ରଶ୍ନ ଉଠୁଛି?ସମ୍ପ୍ରତି ଗାଁ ଗାଁରେ ଛତୁ ଫୁଟିଲା ଭଳି କୁଚିଆ ଦେଶୀ ବିଦେଶୀ ମଦ ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ହେଲେ ଅବକାରୀ ପୋଲିସ ଚତୁରେ ଚତୁରେ ମଦଭାଟି ଓ ବିଦେଶୀ ମଦ ବ୍ୟବସାୟୀଙ୍କ ବୋଲକରା ସାଜି କାଉଣ୍ଟରରୁ ନେଇ ମଦ ବିକ୍ରି କରୁଥିବା କୁଚିଆଙ୍କୁ ଛାଡି ଚୋରାରେ ରନ୍ଧା ମହୁଲି ମଦ ବିକ୍ରିକରି କୁଚିଆଙ୍କ ବେପାରରେ କ୍ଷତି ପହଞ୍ଚାଉଥିବା ବେପାରୀଙ୍କୁ ହିଁ ଧରୁଥିବା ସାଧାରଣରେ ଖୋଲାଖୋଲି ଚର୍ଚ୍ଚା ହେଉଛି।ପୋଲିସ ତୁଳନାରେ ଅବକାରୀ ବିଭାଗ କାହିଁକି ସେତେଟା ଗଞ୍ଜେଇ ଧରିବା ରେ ସକ୍ଷମ ହେଉନାହିଁ ବୋଲି ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ନା ନାୟକଙ୍କ ପ୍ରତିକ୍ରିୟା ନେବାରୁ ଗତ ଫେବ୍ରୁଆରୀ ମାସରେ ଆମେ ୯ଟି ସ୍ଥାନରେ ଚୋରା ଗଞ୍ଜେଇ ଜବତ କରିବା ସହ ଚାଲାଣ ଗାଡିକୁ ଜବତ କରିଛୁ।ଜବତ ଗଞ୍ଜେଇର ପରିମାଣ ମନେ ହେଉନାହିଁ ରେକର୍ଡ ଦେଖି କହିବୁ ବୋଲି କହିଥିଲେ।

Related Post

ଆଣ୍ଡାମାନ ଛୁଇଁଲା ମୌସୁମୀ,ମେ ୨୭ରେ କେରଳ ଓ ଜୁନ୍ ୭ ରେ ଓଡିଶା ପହଞ୍ଚିବ

Posted by - May 17, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଚଲିତ ବର୍ଷ ଠିକ୍ ସମୟରେ କେରଳ ଛୁଇଁବା ନେଇ‌ ଭାରତିୟ ପାଣିପାଗ ବିଭାଗ…

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

Posted by - November 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ…

ଯାଜପୁର ଜିଲ୍ଲାସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ

Posted by - November 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ସର୍ବପୁରାତନ ସ୍କୁଲ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆଲୋକ…

ଆଜି ଭୋଟ ,ଜିଲ୍ଳା ପ୍ରଶାସନର ବ୍ୟାପକ ବ୍ୟବସ୍ଥା

Posted by - March 24, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସରିଛି ପ୍ରଚାର ଆଜି ପଡିବ ଭୋଟ । ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପୈାରପରିଷଦ ସୋନପୁର ଓ ଦୁଇଟି ଏନ.ଏ.ସି ତରଭା ଓ ବିନିକାରେ ହେଉଛି…