ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନକଲି ଆଦିବାସୀ ଜ଼ିଲ୍ଲା ପରିଷଦ ଶିକ୍ଷକ ବିନୋଦ ମାଝୀ ଓରଫ ବିନୋଦ ରଣା ଏବଂ ଭକଚନ ଯାନୀ ଓରଫ ଭକଚନ ରଣା ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ କରାଯାଇଥିଲା l ସଂଘର ଅଭିଯୋଗ ଭିତ୍ତି ରେ ସମ୍ବଲପୁର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ବ ଅlଯୁକ୍ତ ଉକ୍ତ ନକଲି ଆଦିବାସୀ ମାମଲା ର ଶୁଣାଣି କରି ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ରୁନିମହୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ କୋଟା ରେ ଚାକିରୀ କରୁଥିବା ଅକ୍ଷୟ ରଣାଙ୍କ ପୁଅ ବିନୋଦ ମାଝୀ ଓରଫ ରଣା ଏବଂ ଶିଲୁଆ ଗ୍ରାମର ଧରଣୀଧର ରଣାଙ୍କ ପୁଅ ଭକଚନ ରଣାଙ୍କ ଜାଲଜାତି ପ୍ରମାଣପାତ୍ର କୁ ରଦ୍ଧ କରି ଚାକିରୀରୁ ବହିଷ୍କାର କରିବା, ଓପିଡ଼ିଅlର କେଶ ଋଜୁ କରି ଦରମା, ଷ୍ଟାଇପେଣ୍ଡ, ଅନ୍ୟାନ୍ୟ ସରକାରୀ ଅର୍ଥ ଅସୁଳି କରିବା, ଆଦିବାସୀ ହିସାବରେ କ୍ରୟ କରିଥିବା ଆଦିବାସୀ ଜମି ମୂଳ ଆଦିବାସୀ ମାଲିକ ଙ୍କୁ ଫେରସ୍ତ କରିବା, ଧର୍ତ୍ତବ୍ୟ ଅପରାଧିକ ମାମଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଆର.ଡି.ସି.ସମ୍ବଲପୁର ବଲାଙ୍ଗିର ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ନିର୍ଦେଶ ଦେଇଛନ୍ତି l
କମିଟିର ଆଦେଶ ଅନୁସାରେ ବଲାଙ୍ଗିର ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅଭିଯୁକ୍ତ ବିନୋଦ ରଣା ଏବଂ ଭକଚନ ରଣାଙ୍କ ନାମରେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି l ଉକ୍ତ ଅଭିଯୋଗ ଆଧାର ରେ ବିନୋଦ ରଣା ଙ୍କ ବିରୁଦ୍ଧରେ ଟିଟିଲାଗଡ଼ ଥାନା କେଶ ନଂ 45 ତା 16.02.2023 ରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା 420/468/471 ରେ ମାମଲା ରୁଜୁ କରିଥିବା ବେଳେ ଭକଚନ ରଣାଙ୍କ ବିରୁଦ୍ଧରେ ଟିଟିଲାଗଡ଼ ଥାନା କେଶ ନଂ 46 / 16.02.23 ଆଇ ପି ସି ର ଦଫା 420/468/471 ରେ ମାମଲା ରୁଜୁ ହୋଇଛି l ଅଭିଯୋଗ ଅନୁସାରେ ସେଲୁଆ ଗାଁ ର ଅକ୍ଷୟ ରଣାଙ୍କ ପୁଅ ବିନୋଦ ରଣା ଙ୍କ ଜାତି କୁମ୍ଭାର ସମ୍ପ୍ରଦାୟ ଓବିଶି ହୋଇଥିବା ବେଳେ ସେ ତାଙ୍କ ଜାତି କନ୍ଧ ଆଦିବାସୀ ଦର୍ଶାଇ ଚଞ୍ଚକତା ପୂର୍ବକ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟରୁ ଆଦିବାସୀ ପ୍ରମାଣପତ୍ର ହାସଲ କରିଥିଲେ ଏବଂ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ଶିକ୍ଷକ ଚାକିରୀ ନିଯୁକ୍ତି ପାଇଥିଲେ l
ସେହିପରି ସେହି ଗ୍ରାମର ଧରଣୀଧର ରଣାଙ୍କ ପୁଅ ଭକଚନ ରଣା ମଧ୍ୟ ମୂଳ ଜାତି କୁମ୍ଭାର ଅନ୍ୟ ପଛୁଆ ବର୍ଗ ହୋଇଥିବା ବେଲେ ଚଞ୍ଚକତା ପୂର୍ବକ ଟିଟିଲାଗଡ଼ ତହସିଲଦାରଙ୍କ କାର୍ଯ୍ୟାଳୟରୁ କନ୍ଧ ଆଦିବାସୀ ପ୍ରମାଣପତ୍ର ହାସଲ କରି ଆଦିବାସୀ କୋଟାରେ ଶିକ୍ଷକ ଚାକିରୀ ହାତେଇଥିଲେ l ଆଦିବାସୀ ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ଥିବା କୋଟାକୁ ନକଲି ଆଦିବାସୀ ମାନେ ମିଥ୍ୟା, ଜାଲିଆତି, ଚଞ୍ଚକତା ପୂର୍ବକ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧା ଉପଭୋଗ କରୁଥିଲେ l ଏହା ବିରୁଦ୍ଧରେ 2006 ମସିହାରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନକଲି ଆଦିବାସୀ ହଟାଓ ଆନ୍ଦୋଳନ କରାଯାଇଥିଲା