ଘଣ୍ଟାପଡ଼ା ବିଜେପି ମଣ୍ଡଳ ପକ୍ଷରୁ ଥାନାରେ ଏତେଲା

41 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନାରେ ଘଣ୍ଟାପଡ଼ା ବିଜେପି ମଣ୍ଡଳ ପକ୍ଷରୁ ଏତେଲା। ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସକୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ଗୁଳିକରି ହତ୍ୟା କରିଥିଲା । ଉକ୍ତ ହତ୍ୟାକାଣ୍ଡକୁ ପୋଲିସ ବାଟବଣା କରୁଥିବାରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଫେବୃଆରୀ ୨୮ ତାରିଖ ରେ ବିଧାନସଭା ଘେରାଉ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ପୋଲିସକୁ ଗୁଣ୍ଡା ଭାବରେ ଲଗାଇ ମରଣାତ୍ମକ ଆକ୍ରମଣ କରି ବିଜେପି ଯୁବମୋର୍ଚ୍ଚାର ୨୩ ଜଣକୁ ୩୦୭ ଭଳି ସଙ୍ଗିନ ଦଫା ଲଗାଇ ଥିଲେ । ତାହାର ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ମଣ୍ଡଳ ବିଜେପି ସଭାପତି ପିନାକ ଧର ରଣାଙ୍କ ନେତୃତ୍ଵରେ ଘଣ୍ଟାପଡା ଥାନାରେ ପୋଲିସ ଡିଜି , ଭୂବନେଶ୍ବର -କଟକ କମିଶନର ଓ ଭୂବନେଶ୍ବର ଡିସିପି ଙ୍କ ବିରୋଧରେ ଏତଲା କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର , ବୌଦ୍ଧ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ଶଙ୍କର୍ଷଣ ସାହୁ, ଗୋପିନାଥ କଅଁର ,ଦିଲିପ ଚୌହାନ , ରୂଶି ରଣା , ସୁସାନ୍ତ ପୁଟେଲ , ରାଜିବ ରଣା , ଅମୂଲ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

Posted by - June 4, 2019 0
ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଓଡିଶା ପ୍ରଦେଶ କଂଗ୍ରେସର ନୂଆ ନେତୃତ୍ୱ ନେଲେ ଶରତ ପଟ୍ଟନାୟକ

Posted by - May 24, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁଦିନ ର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସ ର ସଭାପତି…

ସିରିୟଲ କିଲରର ପର୍ଦ୍ଦାଫାଶ,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ନାରାୟଣ ସାହୁ ହିଁ ସେଇ ନାଇଫ୍ ମ୍ୟାନ୍‌

Posted by - July 30, 2019 0
କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ…

ଭୟଙ୍କର ପରିସ୍ଥିତି,ପ୍ରତି ୧୦୦ ନମୂନାରୁ ୨୦ରୁ ଅଧିକ ପଜିଟିଭ୍,ବୃଦ୍ଧି ପାଉଛି କରୋନା ମୃତ୍ୟୁ

Posted by - May 26, 2021 0
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୧ହଜାର ଅତିକ୍ରମ କରୁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଟପୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫…

ବିଶେଷଜ୍ଞ କମିଟି ଉପ କାରାଗାର ପରିଦର୍ଶନ

Posted by - June 29, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଙ୍କ ରିପୋର୍ଟ୍ଜିଲ୍ଳା ଆଇନ୍ ସେବା ପ୍ରାଧୀକରଣ ବିଶେଷଜ୍ଞ କମିଟି ସଦସ୍ୟ ଶିଶୁ ସୁରକ୍ଷା କମିଟି ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି…