ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

43 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀକଲ୍ୟାଣ ସମିତି ର କାର୍ଯ୍ୟନିର୍ବାହୀ କମିଟିର ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ରୋଗୀକଲ୍ୟାଣ ପୂର୍ବ ବୈଠକର ଅନୁପାଳନ ବିବରଣୀ, ରୋଗୀକଲ୍ୟାଣ ସମିତିର ଖର୍ଚ୍ଚ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷଦ ଆଲୋଚନା କରାଯାଇଥିଲା l

ବୈଠକରେ ଶବ ବ୍ୟବଚ୍ଛେଦ ଗୃହ ର ମରାମତି, ଚିକିତ୍ସାଳୟ ର ଆନୁସଙ୍ଗିକ ବ୍ୟବସ୍ଥା ର ଉନ୍ନତିକରଣ ଯଥା ପିଇବା ପାଣି ବ୍ୟବସ୍ଥା, ବିଦ୍ୟୁତ ବେକଅପ, ହୁଇଲ ଚେୟାର, ଷ୍ଟ୍ରେଚର ର ବ୍ୟବସ୍ଥା, ଏମ ସି ଏଚ ଶାଖା ରେ ଝରକା ଗୁଡିକରେ ମଶା ପ୍ରତିହତ ନିମନ୍ତେ ମଶା ଜାଲି ର ବ୍ୟବସ୍ଥା, ଇତ୍ୟାଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l ହସ୍ପିଟାଲ 5T ଅଧୀନରେ ରୋଗୀ ଆଟେଣ୍ଡେଣ୍ଟରେଷ୍ଟ ଶେଡ଼, ସିସିଟିଭି ଇନ୍ଷ୍ଟଲେସନ ଇତ୍ୟାଦି ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l

ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ )ଡା ଦୁର୍ଗା ଦତ୍ତ ଦାଶ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା )ଡା ପଦ୍ମହଂସା ଦୋରା, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୂପ୍ରସାଦ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ସଦସ୍ୟ -ସମାଜ ସେବୀ ଗୋବିନ୍ଦ ମହାରଣା, ସ୍ୱାଧୀନ ମେହେର, ଡିପିଏମ ବିଶ୍ୱମ୍ବର ବେହେରା,ହସ୍ପିଟାଲ ମେନେଜର ସୁଶ୍ରୀ ଦେବସ୍ମିତା,ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

 

Related Post

ଟିଟିଲାଗଡ ସହରରେ ଅତି ଧୁମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Posted by - April 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ପବିତ୍ର ଶ୍ରୀ ରାମ ନବମୀ ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା, ସହରର ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିରର…

ବୌଦ୍ଧ :ପରକୀୟା ପ୍ରୀତି ଯୋଗୁ ଭାଙ୍ଗିଲା ଆଉ ଏକ ଘର , ବୌଦ୍ଧ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣ। ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ସ୍ତ୍ରୀ

Posted by - September 21, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଧାରଣ ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ଓକିଲ ସ୍ତ୍ରୀ । ବାହାହେବାର…

ନୂଆପଡ଼ା ଗସ୍ତରେ ଅସିତ୍ ତ୍ରିପାଠୀ, ଖଡିଆଳଠାରେ ଟାଉନ୍ ହଲ୍ ଓ ଅଡିଟୋରିଅମର ଶିଳା ନ୍ୟାସ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ପ୍ରତିବାଦରେ ବନ୍ଦର ଡାକରା ଦେଇଛି କଂଗ୍ରେସ

Posted by - February 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବନ୍ଦର ଡାକରା ଦେଇଛି କଂଗ୍ରେସ ,ଯାହାର ପ୍ରଭାବ ଆଜି ଯାଜପୁର ରେ ଦେଖିବାକୁ ମିଳିଛି ।କଂଗ୍ରେସ ପକ୍ଷରୁ ଯାଜପୁର ସଦର ମହକୁମା ର ବିଭିନ୍ନ ଅପିଂସ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ପଂଳରେ ସାଧାରଣ ଖାଉଟି ଦ୍ରବ୍ୟ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରସରକାର ବାରମ୍ବାର ତୈଳଦର ବୃଦ୍ଧି କରି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ,ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ବିଭିନ୍ନ ସରକାରୀ ଅପିଂସକୁ ବନ୍ଦ କରିବା ସହିତ ଶୋଭାଯାତ୍ରା କରି ତୁରନ୍ତ ବର୍ଦ୍ଧିତ ତୈଳ ଦର ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ।