ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

59 0

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ” ପ୍ରାକ୍-ସାରଳା ସାହିତ୍ୟ ର ଭାଷା:ଏକ ଅନୁଶୀଳନ ” ଶୀର୍ଷକ ଏହି ଆଲୋଚନାଚକ୍ରରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ସଂଯୋଜକ ତଥା ବିଶିଷ୍ଟ ଗବେଷକ ଡଃ ଗୋପୀନାଥ ବାଗ ମୁଖ୍ଯଅତିଥି ଭାବରେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଏକା ଦିନରେ ଭାଷା ସୃଷ୍ଟି ହୋଇଯାଏ ନାହିଁ, ଏଥିପାଇଁ ଦୀର୍ଘ ଦିନ ଅବିରତ ସାଧନାର ଆବଶ୍ୟକତା ରହିଛି। ଆଜି ଆମେ ଯେଉଁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାକୁ ଦେଖୁଛୁ ଏହାର ପଶ୍ଚାତ୍ ରେ ଏକ ସୁଦୀର୍ଘ ସାଧନା ରହିଛି। ସବୁ ଲିଖିତ ସାହିତ୍ୟର ଭାଷାର ଜନନୀ ହେଉଛି ଲୋକଭାଷା । ଓଡ଼ିଆ ଲିଖିତ ସାହିତ୍ୟର ପ୍ରାରମ୍ଭରେ ଲୋକଭାଷା ର ପ୍ରାଚୁର୍ଯ୍ୟ ସହଜରେ ଅନୁଭବ କରିହୁଏ।

ଏହି ମର୍ମରେ ପ୍ରାକ୍ ସାରଳା ସାହିତ୍ୟର ଭାଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଡଃ ବାଗ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଉଲୁଣ୍ଡା ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଡଃ ଦେବାଶିଷ ପାଣ୍ଡିଆ ଯୋଗଦେଇ ଆଲୋଚ୍ୟ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଗବେଷଣାର ଧାରା ଉପରେ ଉପାଦେୟ ପରାମର୍ଶ ଦେଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡଃ ସୌରଭ ରଞ୍ଜନ ଖମାରୀ ସଭାର ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ଜଗଦଲା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଆଲୋଚନାଚକ୍ରରେ ବିଶିଷ୍ଟ ନାଟ୍ୟକାର ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର, ପ୍ରାଧ୍ୟାପିକା ଡକ୍ଟର କଳ୍ପନା ମିଶ୍ର, ଅଧ୍ୟାପିକା ଡଃ ଇତିଶ୍ରୀ ଦାସ, ଅଧ୍ୟାପକ ଡଃ ମୀନକେତନ କୁମ୍ଭାର, ଡଃ ରାଜେନ୍ଦ୍ର ରନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଦେବପ୍ରିୟ ହାତୀ, ସ୍ଵାଗତିକା ଦେହୁରୀ, ସୁବର୍ଣ୍ଣା ବେହେରା, ଘନଶ୍ୟାମ ମାଝି ଆଦି ଛାତ୍ରଛାତ୍ରୀ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଶେଷରେ ତୃତୀୟ ବର୍ଷର ଛାତ୍ର ଗୁପ୍ତେଶ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉକ୍ତ ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରିଥିଲେ।

 

Related Post

ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା ବଢ଼ିଲା

Posted by - January 4, 2019 0
ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା ପୁଲିସ୍‌ରେ ଥିବା ଗ୍ରାଜୁଏଟ୍‌…

ବେଦାନ୍ତ ନନ୍ଦଘର ମମତା ହିମସ ତରଫରୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ ଦିବସ ପାଳନ

Posted by - July 3, 2022 0
ମୁନିଗୁଡା: (ରମାକାନ୍ତ ପଡାଲ )ରାୟଗଡା ହାଟମୁନିଗୁଡା ଗ୍ରାମ ପଞ୍ଚାୟତ ର ବକ୍ସି ସିରିପୁର ନନ୍ଦ ଘର ( ଅଙ୍ଗନବାଡି କେନ୍ଦ୍ର ) ଠାରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ…

ବିଭିନ୍ନ ଦାବିକୁ ନେଇ ଗରିବ ସେନା ପକ୍ଷରୁ ଗାଁ ମାନଙ୍କରେ ଚେତାବନୀ ବୈଠକ

Posted by - May 20, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତର ଅବହେଲିତ ନିଷ୍ପେସିତ ଆଦିବାସୀ ଗାଁ ଦାବଝର ଠାରେ ବର୍ଷ ବର୍ଷ ଧରିଲାଗିରହି ଥିବା ସାମାଜିକ ବିଭିନ୍ନ…

ତାଲପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଦୁଇ ଯୁବକ ମୃତ

Posted by - December 31, 2022 0
ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର -ଜୁନାଗଡ଼ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ତାଲପଦର ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ…

ଲକ୍‌ଡାଉନ ପରେ ଯାଜପୁର ଜିଲ୍ଲାକୁ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

Posted by - April 23, 2020 0
ଭୁବନେଶ୍ବର:କରୋନା ପାଇଁ ବାହାର ରାଜ୍ୟରେ ଯାଜପୁର ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଯାଜପୁର ଜିଲ୍ଲାରେ…