ନାବାଳିକା ଝିଅ ଅପହରଣ ମାମଲା , ପୋଲିସ କାର୍ଯ୍ୟାନୁଷ୍ଠାନର ବିଫଳତା ନେଇ ଆତ୍ମହତ୍ୟା କରିବା ପାଇଁ ମନ୍ତବ୍ୟ ଦେଲେ ବାପା ମା

85 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ନାବାଳିକା ଅପହରଣ, ପୋଲିସ ର ନିଷ୍କ୍ରିୟତା ନେଇ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା କରିବା ପାଇଁ ବୟାନ ରଖିଲେ ବାପା ମା, l ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସଙ୍ଗ ପଂଚାୟତ କୁସଙ୍ଗ (ଦଳୁଆ ସାହି )ଗ୍ରାମର ସୁଶାନ୍ତ ଜେନା (୫୫)ଙ୍କ ନାବାଳିକା ଝିଅ ସନ୍ତୋଷିନୀ ଜେନା (୧୭)ଗତ ଜାନୁଆରୀ ମାସ୬ ତାରିଖ ରାତ୍ରିରେ ଘରୁ ନିଖୋଜ ହୋଇଥିଲେ l ଯାହାକି ୭ ତାରିଖ ସକାଳୁ ବାପା ମା ଜାଣିପାରିଲେ l ଝିଅର ନିଖୋଜ ନେଇ ବାପା ମା ବନ୍ଧୁ ବାନ୍ଧବ ଘରେ ଖୋଜା ଖୋଜି ପରେ ଜାନୁଆରୀ ୧୯ ତାରିଖ ରେ ହରଭଙ୍ଗା ଥାନାରେ ଝିଅକୁ ଖୋଜି ଆଣିବା ପାଇଁ କେଶ ଦାଏର କରିଥିଲେ l

ଆଜକୁ ଦେଢ଼ ମାସ ବିତିଯାଇଥିଲେ ବି ପୋଲିସ ଏହି କେଶ ଉପରେ ନିଷ୍କ୍ରିୟତା ହେଉଥିବାରୁ ନିରୀହ ବାପା ମା ପୋଲିସ ଉପରେ ଭରସା ତୁଟାଇ ଦେବା ସହ ତାଙ୍କ ଝିଅକୁ ତାଙ୍କ ସାହିର ଦିକୁନ ନାୟକ (୨୧)( ପିତା -ବିଜୟ ନାଏକ) ଅପହରଣ କରିଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଓ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଝିଅକୁ ନ ପାଇବା ଓ ପୋଲିସ ଝିଅର ଖୋଜିବାରେ ନିଷ୍କ୍ରିୟତା ନେଇ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଜେନା ପତି ପତ୍ନୀ ସୂଚନା ଦେଇଛନ୍ତି l

Related Post

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଆସନ୍ତା କାଲି ଠାରୁ ରଥ ନିର୍ମାଣ

Posted by - May 4, 2020 0
ପୁରୀ:(ସମିର ରଞ୍ଜନ ନାୟକ)ଆସନ୍ତାକାଲି ଠାରୁ ଆରମ୍ଭ ହେବ ରଥନିର୍ମାଣ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରଥ ତିଆରି ଏକ ନିର୍ମାଣ କାମ ହୋଇଥିବାରୁ…

ଆଇଟିଆଇ ଛାତ୍ରଙ୍କ ବେକ୍କ ପେପର ପରୀକ୍ଷା କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Posted by - July 10, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୁବର୍ଣ୍ଣପୁର ଜିଲ୍ଳା ସରକାରୀ ଆଇଟିଆଇ ଛାତ୍ର ମାନେ ବେକ ପେପର ପରୀକ୍ଷା କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…

ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

Posted by - July 21, 2020 594
ଭୁବନେଶ୍ବର:ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୁମ୍ବଇରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୭.୩୦ ସମୟରେ ୬୭ବର୍ଷ ବୟସରେ ପ୍ରିୟବ୍ରତଙ୍କ ପରଲୋକ…

ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନ ର ଅବହେଳା – ପଦ୍ମପୁର

Posted by - November 22, 2020 0
ପଦ୍ମପୁର:ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ସେବା ସମବାୟ ସମିତି ଲିଃ ଅଧୀନସ୍ଥରେ ଭେଙ୍ଗରାଜପୁର ଧାନ ମଣ୍ତି କୁ ଏ ଯାଏଁ ଟୋକନ ଆସିନାହିଁ । ଚଳିତ…

ଟିଟିଲାଗଡ଼ ସବରେଜିଷ୍ଟ୍ରାର ଏବଂ ଅତିରିକ୍ତ ତହସିଲଦାରଙ୍କ ବଦଳି ପରେ କାର୍ଯ୍ୟରେ ହେଉଛି ବିଳମ୍ବ – ଲୋକେ ହନ୍ତସନ୍ତ

Posted by - November 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ ଉପଖଣ୍ଡ ହେଲା ଟିଟିଲାଗଡ଼ ସହର। ଏଠାକୁ ବହୁତ ଲୋକ ନିଜର ଜମିକିଣା ବିକା ତଥା ବିଭିନ୍ନ ତହସିଲ କାର୍ଯ୍ୟ…