କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର

51 0
ଭୁବନେଶ୍ୱର:କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “Best State for Promotion of Sports” ଗ୍ରହଣ କରିଛନ୍ତି।ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି।
କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି। କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍‌ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଆଜି ମୁମ୍ବାଇ ଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ “ଦ ହିନ୍ଦୁ”ର ସଂପାଦକ ଶ୍ରୀ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ। ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ।

Related Post

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଉପରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ, ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର

Posted by - December 23, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା…

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Posted by - July 3, 2022 0
ଭବାନୀପାଟଣା:୨/୭:(ସୂରଜ ପ୍ରକାଶ ଜୈନ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ରଥ ପରମ୍ପରା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିଥଲେ। ରାତି…

ଚିତାହଟା ଗାଁରେ ରହିଥିବା କଲ୍ୟାଣ ମଣ୍ଡପକୁ ନେଇ ଦେଖାଦେଇଛି ବିବାଦ 

Posted by - September 24, 2021 0
ଯାଜପୁର ବ୍ଲକ ସିମିିଳିଆ ପଂଚାୟତର ଚିତାହଟା ଗାଁରେ ରହିଥିବା କଲ୍ୟାଣ ମଣ୍ଡପକୁ ନେଇ ଦେଖାଦେଇଛି ବିବାଦ ଏହି କଲ୍ୟାଣ ମଣ୍ଡପ ସରକାରୀ ଅର୍ଥରେ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କୌଣସି କାମରେ ଆସୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଏହି କଲ୍ୟାଣ ମଣ୍ଡପକୁ କେତେକ ନିର୍ଦ୍ଧିଷ୍ଟ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ରଖି ନିଜ କାମରେ ବ୍ୟବହାର କରୁଛନ୍ତି ପଂଳରେ ସ୍ୱୟଂସହାୟକ ଗୋଷ୍ଠୀ କୌଣସି ବୈଠକ କରିବାକୁ ସୁଯୋଗ ପାଉନାହାଁନ୍ତି  ସେଥିପାଇଁ କଲ୍ୟାଣ ମଣ୍ଡପକୁ ତୁରନ୍ତ ହସ୍ତାନ୍ତର କରିବା ଦାବୀରେ ଆଜି ଜିଲା ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ଶିଶୁ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୁଜହାରି)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଳରେ ଜ଼ିଲ୍ଲାପାଳଙ୍କ ସମ୍ମିଳିନୀ କକ୍ଷ ରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ…

କଣ୍ଟାମଲ ତହସିଲରେ ଅବ୍ୟବସ୍ଥା : ମାସ ମାସ ଧରି ଲୋକଙ୍କୁ ମିଳୁନି କବଲା

Posted by - February 27, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ଜମି ବାଡ଼ି ରେଜିଷ୍ଟ୍ରସନ ପରେ ପକ୍ଷ ମାନଙ୍କୁ ମାସ ମାସ ଧରି ମିଳୁନି କବଲା କବଲା ପାଇଁ ଧାଇଁ ଧାଇଁ ଲୋକମାନେ ନୟାନ୍ତ…