ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଡିଏଭି ମହାବିଦ୍ୟାଳୟର ୫୫ ତମ ବାର୍ଷିକୋତ୍ସବ ସମାରୋହ ରବିବାର ଦିନ ସକାଳ ୧୧ ଟା ସମୟରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ସହାୟକ ଜିଲ୍ଲାପାଳ ଡ ଲଳିତ ବାଗ, ଅଧ୍ୟାପକ ପ୍ରଣବ ପୁରୋହିତ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଦ୍ଵୀପ ପ୍ରଜ୍ବଳନ ଓ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବାର୍ଷିକୋତ୍ସବ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ଏହି ମହାବିଦ୍ୟାଳୟରୁ ପାଠପଢ଼ି ବହୁ ଛାତ୍ର ଛାତ୍ରୀ ନିଜ ଭବିଷ୍ୟତ ଗଢି ତୋଳିଛନ୍ତି ଓ ଆଗାମୀ ଦିନରେ ମଧ୍ଯ ଏହି ମହାବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ବାହାରିବେ ବୋଲି ଆମର ଆଶା ଓ ବିଶ୍ବାସ ବୋଲି କହିଥିଲେ। ଏହି ଉଦଘାଟନ ସମାରୋହରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ, ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ସେହିପରି ଦିତୀୟ ଦିନରେ ମୋ ଫେଷ୍ଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେବିନେଟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡର ତହସିଲଦାର ପ୍ରେମଲାଲ ହିଆଲ, ମୁଖ୍ୟ ବକ୍ତା ଭାବେ ଡ ରାମଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ସୋନପୁର ଡିଏସପି ବୈକୁଣ୍ଠ ନାରାୟଣ ସେଠ, ଡ ଦୋଳ ଗୋବିନ୍ଦ ବିଶି, ଅଧ୍ୟକ୍ଷ ମେଜର ମଧୁସୂଦନ ମିଶ୍ର ମଞ୍ଚାସିନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଢୋଲ କିଆ ଏକକୋଟି ଟଙ୍କାର ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ। ଏହି ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା ସେମାନେ ହେଲେ ଘୀନୁ ଆଡଯୁଆଡ, ବିରେନ୍ଦ୍ର ବାଗ, ଦିଲିପ ଖର୍ସେଲ ଏବଂ ସମାଜସେବା କ୍ଷେତ୍ରରେ ଉପେନ୍ଦ୍ର ବାଗ (ପରିବେଶ ବିତ), ନରସିଂହ ସିଂ ଙ୍କୁ କରୋନା ଯୋଦ୍ଧା, ରକ୍ତଦାତା ସଙ୍ଘର ସଭାପତି ବନମାଳୀ ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆୟୋଜନ କରାଯାଇଥିଲା, ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ମିଶ୍ର, ରମା ବେହେରା ଛାତ୍ର ଛାତ୍ରୀ ମାନଙ୍କ ସହ ଖୁସିରେ ନାଚିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପିଲା ମାନେ ଖୁବ ନାଚି ଏହି କାର୍ଯ୍ୟକ୍ରମକୁ ଉଦଯାପନ କରଯାଇଥିଲା .