ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଡିଏଭି ମହାବିଦ୍ୟାଳୟର ୫୫ ତମ ବାର୍ଷିକୋତ୍ସବ ସମାରୋହ ରବିବାର ଦିନ ସକାଳ ୧୧ ଟା ସମୟରେ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ସହାୟକ ଜିଲ୍ଲାପାଳ ଡ ଲଳିତ ବାଗ, ଅଧ୍ୟାପକ ପ୍ରଣବ ପୁରୋହିତ ମଞ୍ଚାସିନ ହୋଇଥିଲେ।
ପ୍ରଥମେ ଦ୍ଵୀପ ପ୍ରଜ୍ବଳନ ଓ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବାର୍ଷିକୋତ୍ସବ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ଏହି ମହାବିଦ୍ୟାଳୟରୁ ପାଠପଢ଼ି ବହୁ ଛାତ୍ର ଛାତ୍ରୀ ନିଜ ଭବିଷ୍ୟତ ଗଢି ତୋଳିଛନ୍ତି ଓ ଆଗାମୀ ଦିନରେ ମଧ୍ଯ ଏହି ମହାବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ର ଛାତ୍ରୀ ବାହାରିବେ ବୋଲି ଆମର ଆଶା ଓ ବିଶ୍ବାସ ବୋଲି କହିଥିଲେ। ଏହି ଉଦଘାଟନ ସମାରୋହରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ, ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।