ବଲାସୀଙ୍ଗା ମହୁଲ ମୂଲ ମହିମା ଆଶ୍ରମ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

43 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ସଦର ବ୍ଲକ ବଢ଼ିଗାଁ ପଂଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଲ ମହିମା ପିଠ ଅବସ୍ଥିତ I କିମ୍ବଦନ୍ତୀ କହେ ମହିମା ଧର୍ମର ମୁଖ୍ୟ ମହିମା ଗୋସାଇଁ ପ୍ରଥମ ଶିଷ୍ୟ ଭାବେ ବଲାସିଙ୍ଗା ଗ୍ରାମର ଗୋବିନ୍ଦ ବାବା ଓ ମହିମା ଧର୍ମର ପ୍ରଚାରକ ଭୀମ ଭୋଇ ଙ୍କୁ ସର୍ବ ପ୍ରଥମେ ଜ୍ଞାନ ଦେଇଥିଲେ I ଉକ୍ତ ମହୁଲ ମୂଳରେ ହିଁ ଜ୍ଞାନ ପ୍ରଦାନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି I

ଏହି ପିଠ ଟି ଅତି ପୁରାତନ ହେଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଠିକ୍ ଭାବେ ପଡ଼ିପାରି ନଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ I ଆଜି ମଧ୍ୟାହ୍ନ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ତହସିଲଦାର ଦେବି ପ୍ରସାଦ ଦାଶ, ବୌଦ୍ଧ ନଗରପାଲ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ମହିମା ଆଶ୍ରମ ର ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ ଓ ସାଧୁ ମଦନ ଦାସ ଙ୍କ ସହିତ ଆଲୋଚନା କରିଥିଲେ I ଆଲୋଚନାରେ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସରକାରୀ ସ୍ତରରେ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ I

Related Post

ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋନୀତ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଡିଓ ଥିବା ନୀଳକଣ୍ଠ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ବିଡିଓ ପଦବୀରେ ସରକାର କାହାକୁ…

ବୌଦ୍ଧରେ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଉଦ୍‌ଘାଟନୀ ସମାରୋହ

Posted by - June 4, 2022 0
ବୌଦ୍ଧ:୩/୬:(ଚିତ୍ତରଂଜନ ସିଂ)ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଆଜି ଉଦଘାଟନ ମହାସମାରୋହରେ ଅନୁଷ୍‌ଠିତ ହୋଇଯାଇଛି । ଏହି…

ଏନଏସିବି କଲେଜ ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ସମାରୋହ ଉଦଘାଟିତ

Posted by - November 13, 2022 0
ସମ୍ବଲପୁର: (ରମାକାନ୍ତବିଶ୍ବାଳ) ସମ୍ବଲପୁର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଏନଏସିବି କଲେଜ ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ସମାରୋହ ଉଦଘାଟିତ ହୋଇଯାଇଛି…

କଳାହାଣ୍ଡି ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ , ଘରଦ୍ଵାର ଭାଙ୍ଗିବା ସହ ନର୍ସରୀକୁ କଲେ ନଷ୍ଟ

Posted by - April 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ କ୍ରମାଗତଭାବେ ଜଙ୍ଗଳ କ୍ଷୟ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପକାଉଥିବା ବେଳେ ବନ୍ୟପ୍ରାଣୀ ଖାଦ୍ୟ…

ପୂର୍ବତନ ମନ୍ତ୍ରୀ ଙ୍କ ବିୟୋଗ ରେ ଶୋକସଭା

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠ ଙ୍କ ହୃଦଘାତ ରେ ପରଲୋକ ହୋଇଯାଇଛି l ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ…