କେସିଙ୍ଗା : (ପ୍ରୀତେଶ ପଟେଲ) ପୁଣି ରାଜ୍ୟସରକାର ଙ୍କ ଦୁଆର କେସିଙ୍ଗା ବାସୀଙ୍କୁ ପତରଣା କେସିଙ୍ଗା ହସ୍ପିଟାଲ କୁ ସରକାର 5t ଅନୁଯାୟୀ ଆମ ହସ୍ପୀଟାଳରେ ସାମିଲ ହେବା ବୋଲି ପ୍ରଶାସନ ସମୀକ୍ଷା ସାରିଥିଲା। ଯାହା କୁ ନେଇ ଅଞ୍ଚଳ ବାସୀ ସରକାର ଙ୍କୁ କୃତଜ୍ଞାତ ଜଣାଇଥିଲେ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓଡ଼ିଶା ର ପୁରାତନ ଏ ନେ ସି ମଧ୍ୟରୁ ଗୋଟିଏ ଯାହା ୧୯୬୫ ମସିହା ରେ ଗଠନ ହେଇଥିଲା।ଯାହାର ବର୍ତ୍ତମାନ ଜନ ସଂକ୍ଷା ପ୍ରାୟ ୩୦୦୦୦ ।ଭୌଗଳିକ ଦୃଷ୍ଟି କୋଣରୁ ରୁ ଦେଖିଲେ ମଧ୍ୟ କେସିଙ୍ଗା କଳାହାଣ୍ଡି ର ଦ୍ଵାର ।ପାଖକୁ ଲାଗିଛି ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ଜିଲ୍ଲାର ସୀମା ବ ରତୀ ଗାଆଁ ର ଲୋକ ସବୁ ସମୟରେ ସବୁ କାମରେ ପ୍ରାୟତ କେସିଙ୍ଗା ସହର ଉପରେ ନିର୍ଭର କରିଥାନ୍ତି। ସେଇଟା ବ୍ୟବସାୟ ହେଉକି ହସ୍ପିଟାଲ ହେଉ।ସେଥି ପାଇଁ କେସିଙ୍ଗା ର ମହତ୍ଵ ଅଧିକ।
ଓଡ଼ିଶା ସରକାର ଙ୍କ ଜନ ପ୍ରିୟ ଆମ ହସ୍ପିଟାଲ ଯୋଜନା ବର୍ତ୍ତମାନ ସାରା ଓଡ଼ିଶା ରେ କାର୍ଯ୍ୟ କାରି ହେବାପାଇଁ ସ୍ଥିରୀକୃତ ହେଇଛି ଓ ସରକାର ଙ୍କ ତରଫରୁ ବିଭିନ୍ନ ହସ୍ପିଟାଲ ର ନାମ ମଧ୍ୟ ପ୍ରକାଶ ପାଇଲାଣି।କଳାହାଣ୍ଡି ଜିଲ୍ଲା ରୁ ଭବାନୀପାଣା,ଜୁନାଗଡ଼,ଧର୍ମଗଡ ଓ ଲାଞ୍ଜିଗଡ ସ୍ଥାନ ପାଇଥିବା ବେଳେ କେସିଙ୍ଗା ହସ୍ପିଟାଲ ର ନାମ ନ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।କାରଣ ଆମ ହସ୍ପିଟାଲ ଯୋଜନା କାର୍ଯ୍ୟକାରୀ ହେବାପରେ ହସ୍ପିଟାଲ ର ବିକାଶ ଉନ୍ନତ ମାନର ଚିକିତ୍ସା ର ଲାଭ ଅଞ୍ଚବାସି ପାଇ ପାରିବେ। ଗତ ଫେବୃଆରୀ ୭ ତାରିଖ ଦିନ ରାଜ୍ୟ ଓ ଜିଲ୍ଲା ର ବରିଷ୍ଟ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଆସି କେସିଙ୍ଗା ହସ୍ପିଟାଲ ପରିଦର୍ଶନ କରିଥିଲେ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଥିଲେ। କୋଉ ମାନଦଣ୍ଡ ରେ କେସିଙ୍ଗା ଭଳି ଗୁରୁତ୍ଵ ପୂର୍ଣ୍ଣ ହସ୍ପିଟାଲ ଯୋଜନା ରେ ସାମିଲ ହୋଇ ପାରିଲା ନାହିଁ ଓ ମାନଦଣ୍ଡ କଣ ଥିଲା ବୋଲି କେସିଙ୍ଗା ରେ ଚର୍ଚ୍ଚା ହେଉଛି।କେସିଙ୍ଗା ହସ୍ପିଟାଲ କୁ ମୋ ହସ୍ପିଟାଲ ଯୋଜନା ରେ ସାମିଲ କରିବା ପାଇଁ କେସିଙ୍ଗା ଅଞ୍ଚଳ ର ବୁଦ୍ଧିଜୀବୀ ତଥା ଜନସାଧାରଣ ମାନେ ଦାବି କରିଛନ୍ତି।
ସେମାନେ ଯାହା କହନ୍ତି__
(୧)ସୁରେଶ ରାଓ (ଯୁବ ସଂଗଠକ କେସିଙ୍ଗା)- ଅତ୍ୟନ୍ତ ଦୁଃଖର ବିଷୟ ନିର୍ବାଚନ ମଣ୍ଡଳୀ ଚାଲିଯିବା ପରେ କେସିଙ୍ଗା ର ମହତ୍ଵ କମି ଯାଇଛି। ଠକି ଦେଉଛନ୍ତି ରାଜନେତା ଓ କେସିଙ୍ଗା ର ଉନ୍ନତି ପାଇଁ ଆନ୍ତରିକତା ର ଅଭାବ।
(୨) ସୁରେଶ ଅଗ୍ରୱାଲ(ବରିଷ୍ଟ ସାମ୍ବାଦିକ କେସିଙ୍ଗା)- ଠକି ଦେଲେ କେସିଙ୍ଗା କୁ କାୟକଳ୍ପ ଟିମ୍ ଆସି କେସିଙ୍ଗା କୁ ଭୁଆ ବୁଲାଇଲେ ଓ ଧୋକା ଖାଇଲେ କେସିଙ୍ଗା ବାସୀ।
(୩) ସୁଶାନ୍ତ ମହାପାତ୍ର (ସଭାପତି କେସିଙ୍ଗା ସାମ୍ବାଦିକ ମହାସଂଘ) ବିଧାନ ସଭା ମାନଚିତ୍ରରୁ କେସିଙ୍ଗା ର ନାମ ହଟିଗଲା ପରେ କେସିଙ୍ଗା ବାରମ୍ବାର ପ୍ରତାରିତ ହେଉଛି ସଚେତନତା ର ଅଭାବ ଜନସାଧାରଣ ସଚେତନ ନ ହେଲେ ଆଗକୁ ଏ ମିତି ପ୍ରତାରିତ ହେଉଥିବେ
(୪) ଯୁଗଳ କିଶୋର ଦୀପ(ପୂର୍ବତନ ସମ୍ପାଦକ କେସିଙ୍ଗା ଓକିଲ ସଂଘ) ରାଜନୈତିକ ଆନ୍ତରିକତା ର ଅଭାବ।ଅଞ୍ଚଳର ପଦପଦବୀରେ ରହିଥିବା ରାଜନୈତିକ ନେତା ମାନଙ୍କ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।କେସିଙ୍ଗା ର ଉନ୍ନତି ପାଇଁ ଆନ୍ତରିକତା ନଥିବା ଜଣାପଡ଼ିଛି।