ଆଇନ ସଚେତନତା ଶୋଭାଯାତ୍ରା

44 0

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଏକ ଆଇନ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି। ଜିଲ୍ଲାର ବିକଳ୍ପ ବିବାଦ ସମାଧାନ କେନ୍ଦ୍ରରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତର ଆଇନ ସେବା ପ୍ରାଧିକରଣ ପରିସରରେ ପହଞ୍ଚିଥିଲା । ଏହି ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କ୍ୟାଡେ଼ଟ ମାନଙ୍କ ସମେତ ଜିଲ୍ଲା ଅଦାଲତ ଓ ଆଇନ ସେବା ପ୍ରାଧିକରଣର କର୍ମଚାରୀ , ଓକିଲ ,ସ୍ବେଚ୍ଛାସେବୀ ମାନେ ନିଜକୁ ସାମିଲ କରିଥିଲେ। ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ କରାଯାଇ ଆଇନ ସଚେତନତା , ସଡ଼କ ସୁରକ୍ଷା ,ଏମଏସିଟି ଓ ଏମଭି ଆକ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ପୋସ୍କୋ ଆଇନର ବିଭିନ୍ନ ଦିଗ ଓ ଅପରାଧ ନିୟନ୍ତ୍ରଣ ଉପରେ ଆଇନଜୀବୀ ଓ ବିଚାରପତି ମାନେ ଆଲୋଚନା କରିଥିଲେ ।

 

Related Post

୧୯୮୪ ମସିହା ମାଟ୍ରିକ ବ୍ୟାଚ ର ବଦାନ୍ୟତା, ବିଦ୍ୟାଳୟ ଉନ୍ନତିକରଣ ନିମନ୍ତେ ୫୧ ହଜାର ଅନୁଦାନ

Posted by - January 11, 2022 0
ତେନ୍ତୁଳିଖୁଣ୍ଟି :(ବେଣୁ ଗୋପାଳ ରାଓ ) ରାଜ୍ୟ ସରକାର ତେନ୍ତୁଳିଖୁଣ୍ଟି ନୋଡାଲ ସରକାରୀ ବାପୁଜୀ ଉଚ୍ଛ ବିଦ୍ୟାଳୟକୁ ୫ ଟି ଅଧୀନରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ ବିଦ୍ୟାଳୟ…

ଅଭାବନୀୟ ଘଟଣା , ଗଣ୍ଡଗୋଳ ହୋଇ ଜଣେ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇଲା

Posted by - September 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ର କଲାପଥର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l…

ପ୍ରମାଣ ପତ୍ର ପାଇଁ ଛାତ୍ରଛାତ୍ରୀ ଙ୍କ ଠୁ  ଚାନ୍ଦା ମାଗିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରେ ଅଭିଯୋଗ

Posted by - August 19, 2021 0
ବୌଦ୍ଧ୧୮/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ଲାଲ ବାହାଦୂର ବିଦ୍ୟାପୀଠ ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଠୁ ପ୍ରମାଣ ପତ୍ର ପାଇଁ…

ଲଂଗଳେଶ୍ବରରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ଉଦଘାଟନ

Posted by - October 5, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଲଂଗଳେଶ୍ବର ଠାରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ସୋମବାର ଉଦଘାଟିତ ହୋଇଯାଇଛି।ମିଡ଼ିଆ ହାଉସ ସଭାପତି ଦୈନିକ ପ୍ରମେୟର ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଫିତାକାଟି ଉଦଘାଟନ…