ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ବେଆଇନ କଫ ସିରଫ ରଖିବା ଅଭିଯୋଗ ରେ ଜଣକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ପାଚେର ଓ ପଡ଼ିଆବାହାଲ୍ ରାସ୍ତାରେ ବେଆଇନ ଭାବେ କଫ ସିରପ ରଖିବା ସହ ବିକ୍ରୟ କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ବୁଧବାର ସକାଳେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚଢାଉ କରି ଗିରଫ କରିଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତ ଜଣକ ହେଲା ପାଚେର ଗାଁ ର ମନୁ ସାହୁ (୪୦) ବୋଲି ଜଣାଯାଇଛି। ଅଭିଯୁକ୍ତ ଙ୍କ ଠାରୁ ୧୧ ବୋତଲ କଫ ସିରଫ ଜବତ କରିଥିବା ପୋଲିସ ସୂଚନା ଦେଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୩୧/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ଖପ୍ରାଖୋଲ ଥାନା ଅଂଚଳରେ ବେଆଇନ କପ୍ ସିରଫ କାରବାର ରୋକିବାକୁ ପୋଲିସ ଉଦ୍ୟମ ଯାରିରଖିଛି।