ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

33 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୪୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୮ ଗୋଟି, ସାମୁହିକ ଦରଖାସ୍ତ 0୯ ଗୋଟି ଗ୍ରହଣ କରାଯାଇଛି l

ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ଗୋଟିଏ ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୪୬ ଟି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି l ତନ୍ମଧ୍ୟରେ ଗୋଟିଏ ଦରଖାସ୍ତ ସି ଏମ ଆର ଏଫ ଓ ଗୋଟିଏ ରେଡକ୍ରସ ରୁ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି l

ବିଡିଓ, ଶ୍ରୀ ତ୍ରିପୁର ମହାନନ୍ଦିଆ ଙ୍କ ତତ୍ୱାବଧାନ ରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଳା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କଁହର,ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅହଲ୍ୟା ସାହୁ, ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ପ୍ରମୁଖ ଯୋଗଦାନ କରିଥିଲେ l

 

Related Post

୭୩ତମ ବନ ମହୋତ୍ସବ ପାଳିତ

Posted by - July 2, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବନ ବିଭାଗର ଡିଆଁଘାଟ ଠାରେ ୭୩ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ…

ଜାଳେଣି ଗ୍ୟାସ ରେ ଆହତ ଙ୍କୁ ଭେଟି ସହାୟତା ର ହାତ ବଢ଼ାଇଲେ ଜିଲ୍ଲା କଂଗ୍ରେସ କମିଟି

Posted by - December 2, 2021 0
ବୌଦ୍ଧ :(ସମରେଶ ମିଶ୍ର)ଗତ ମାସ ୨୭ ତାରିଖ ଶନିବାର ଦିନ ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଏକ ଗ୍ୟାସ ଚୁଲ୍ହା ରିପିଆରିଂ ଦୋକାନରେ ଗ୍ୟାସ ଲିକ…

ଓଡ଼ିଶା ମିଶନ ଶକ୍ତି ବିଭାଗ ଏବଂ କୋଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତିନି ଦିନିଆ ଡିଜିଟାଲ ମାର୍କେଟିଂର ତାଲିମ ପ୍ରଦାନ

Posted by - May 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ମହିଳା ମାନଙ୍କୁ ସଶକ୍ତି କରଣ କରିବା ଦିଗରେ ଓଡ଼ିଶା ମିଶନ ଶକ୍ତି ବିଭାଗ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ରହିଛି। ତେବେ…

ଚେକ ଡ୍ୟାମ୍ ନିର୍ମାଣ ରେ ଅନିୟମିତତା ଓ ଶିଶୁ ଶ୍ରମିକଙ୍କ ଜରିଆରେ ଚାଲିଛି ଚେକ୍ ଡ୍ୟାମ୍ ନିର୍ମାଣ

Posted by - April 21, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନତୀ ରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୁଣି…