ହରଭଙ୍ଗା :୧୮/୦୨(ଚିତ୍ତରଞ୍ଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକ ଠାରେ ଆଜି ସନ୍ଧ୍ୟା ୬ଟା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ମତେ ତିଳେଶ୍ୱର ପଟରୁ ଭେଜିଗୋରା ଗ୍ରାମର ସୁଧାଂଶୁ ଭୋକ୍ତା(୧୮) ଏବଂରାଜନ ଭୋକ୍ତା(୪୦) ଦୁଇଜଣ ଏକ ବାଇକ ଯୋଗେ ପୁରୁଣା କଟକ ପଟକୁ ଆସୁଥିବା ସମୟରେ ବ୍ରାହ୍ମଣଗାଁ ଛକ ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ଏଥିରେ ଦୁଇଜଣ ଗୁରୁତର ହୋଇଥିଲେ ।ସ୍ଥାନୀୟ ଲୋକେ ଚାରିଛକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଗୁରୁତର ଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଡାକ୍ତର ରାଜନ ଭୋକ୍ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ସୁଧାଂଶୁ ଭୋକ୍ତା ଙ୍କୁ ବୋୖଦ୍ଧ ମେଡ଼ିକାଲ କୁ ସ୍ଥାନାନ୍ତର କରିଛନ୍ତି ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।