ପୁଲୱାମା ସହିଦଙ୍କ ବଳିଦାନକୁ ସମ୍ମାନ ଜଣାଇ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ରକ୍ତଦାନ ଶିବିର

79 0

ଟିଟିଲାଗଡ:(ଫେବୃଆରୀ ମାସ ୧୪ ତାରିଖକୁ ଦେଶ କେବେ ବି ଭୁଲି ପାରିବ ନାହିଁ କାରଣ ପୂଲବାମା ଠାରେ କର୍ତ୍ତବ୍ୟରତ ଜୱାନ୍ ମାନେ ବସରେ ଯାଉଥିବା ସମୟରେ ଅନ୍ୟ ଏକ ଗାଡ଼ିରେ ବିସ୍ପୋରଣ ରଖି ବସ ସଙ୍ଗେ ଧକ୍କା ହେବା ଫଳରେ ୪୦ ଜଣ ଜଵାନ ନିଜର ପ୍ରାଣ ହରାଇଲେ, ଏହି ଖବର ଦେଶରେ ଏକ ଦୁଃଖର ଲହରି ଖେଳି ଯାଇଥିଲା।ଏହି ଫେବୃଆରୀ ମାସ ୧୪ ତାରିଖକୁ ସେହି ବିର ଜବାନଙ୍କ ସ୍ମୃତିରେ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ଥାଏ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ ସାଂଗଠାନିକ ସମ୍ପାଦକ ମନୋଜ ହାତୀଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ସମ୍ମ।ନିତ ଅତିଥି ଭାବେ ଚନ୍ଦ୍ର ପ୍ରକାଶ ଦେହୁରୀ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ପାଢୀ ଶିବିରକୁ ଉଦଘାଟନ କରିବା ପରେ ରକ୍ତଦାତା ମାନେ ରକ୍ତଦାନ କରିଥିଲେ। ଏହି ଅବସରରେ ସହରର ବିଭିନ୍ନ ରକ୍ତଦାତା ସନ୍ତୋଷ ପୋଢ଼, ସରୋଜ ବେହେରା, ଭକ୍ତ ସ୍ୱାଇଁ, ବାବଲୁ ରଣାଙ୍କୁ ଏବଂ ରକ୍ତଦାନ କ୍ଷେତ୍ରରେ ରକ୍ତ ଯୋଗାଡ କରୁଥିବା ସଂସ୍ଥା ଲାୟନ୍ସ କ୍ଲବକୁ ସମ୍ମାନିତ କରାଯାଇଥିଲା।

ଏହି ଶିବିରକୁ ସଫଳ କରାଇବାରେ ନାଗରିକ କମିଟିର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସ, ପଦ୍ମନାଭ ବେହେରା, ସୁଧୀର ଘଡେ଼ଇ, ଜଗନ୍ନାଥ ସାହୁ, ମୋହନ ଲାଲ ଜୈନ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍, ସଞ୍ଜୟ କୁମାର ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଡମ୍ବରୁଧର ବାଗ, ନାରି ନେତ୍ରୀ ଅଞ୍ଜଳି ବେହେରା, ବିନ୍ଦୁ ସାହୁ, ଲଳିତା ଲାଠ, ସୁରେଖା କୋଟା, ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବୀରବର ସାହୁ, ଖୋଲାନ ସରପଞ୍ଚ ତଥା ଟିଟିଲାଗଡ଼ ବ୍ଲକ ସରପଞ୍ଚ ସଂଘ ସମ୍ପାଦକ ଶ୍ରୀ ନରେଶ ଅଗ୍ରୱାଲ, ସମାଜସେବୀ ରାଜେନ୍ଦ୍ର ନାରାୟଣ ମିଶ୍ର, ଟିଟିଲାଗଡ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଲାୟଂସ କ୍ଳବ୍ ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, ରକ୍ତଦାତା ସଙ୍ଘ ସଭାପତି ବନମାଳୀ ବେହେରା, ରାଜା ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ୫୨ୟୁନିଟ ମୋଟ ରକ୍ତ ସଂଗ୍ରହ ହୋଇଛି।ରକ୍ତ ଭଣ୍ଡାରର ପରିଚାଳକ ଗଜେନ୍ଦ୍ର ନାଥ ରାଉତ ଓ କର୍ମଚାରୀ ଦିନେଶ ମଛଖଣ୍ଡ ରକ୍ତ ସଂଗ୍ରହ କରିଥିଲେ। ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ।

Related Post

ବଡତୁରାଙ୍ଗରେ କରମା ସମ୍ମିଳନୀ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ବଡତୁରାଙ୍ଗ ଗ୍ରାମରେ ଆଜି ଜୟମାଁ କରମସାନୀ କରମା ସମ୍ମିଳନୀ ଅନୁଷ୍ଟିତ ହୋଇଛି । ଏଥିରେ ବଡମାଲ,ରସିଆପାଲି,ଅନ୍ଧାରୀପାଲି, ବରଙ୍ଗାମାଲ,ସଙ୍କରା,ଧନୁପାଲି,ବନ୍ଧପୁରା,ଡୁମ୍ବେରପାଲି,ଲହଣ୍ଡା ,ଘେନୁପାଲି ଦଳ…

ଶେଷରେ ଗ୍ରାମବାସୀ ପାଖରେ ମୁହଁ ନୂଆଇଲା ପ୍ରଶାସନ , ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି

Posted by - October 28, 2022 0
ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ) ସବୁ ଅବସାଦର ଅନ୍ତ ଘଟିଛି।ଗ୍ରାମବାସୀ ପାଖରେ ଶେଷରେ ମୁହଁ ନୁଆଇଁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବାକୁ…

ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର

Posted by - January 12, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ମହାବିଦ୍ୟାଳୟ ସଭାଗୃହ ଠାରେ ଏକ ଜିଲ୍ଲା ସ୍ତରୀୟ ଆଇନ ସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି…

ଦକ୍ଷତା ବୃଦ୍ଧି ପାଇଁ ଜାଗା ସମ୍ପର୍କ ସଚେତନତା

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଇରିଗେସନ କଲୋନୀ ଗାଈ ଗୋଠ ପଡିଆ ପରିଚୟ ଗୃହରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଓ ସାହି ବସ୍ତିବାସିନ୍ଦା ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା l…