ଖପ୍ରାଖୋଲ ବ୍ଲକର ନୂତନ ସଭାଗୃହ ଉଦଘାଟନ ସହ ଚତୁର୍ଥ ପଞ୍ଚାୟତ ସମିତି ବୈଠକ

39 0

ଖପ୍ରାଖୋଲ; ୧୩/୨( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସରରେ ନିର୍ମିତ ନୂତନ ସଭା ଗୃହ ର ଉଦଘାଟନ ସହ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦେଇ ନାଲି ଫିତା କାଟି ସଭାଗୃହ ଉଦଘାଟନ କରିଥିଲେ। ପରେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଙ୍କ ଅଧ୍ୟକ୍ଷତା ରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ , ବ୍ଲକ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ , ଜିଲ୍ଲା ପରିଷଦ ସ ଭ୍ୟା ସଂଯୁକ୍ତ ମେହେର , ପ୍ରମିଳା ପଥାର ଯୋଗ ଦେଇଥିଲେ।

ବୈଠକ ଆରମ୍ଭରେ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ସମସ୍ତଙ୍କୁ ସ୍ଵାଗତ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଅବସରରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ , ଗମନାଗମନ , କୃଷି , ଉପରେ ଆଲୋଚନା ହୋଇଥିଲା। ବ୍ଲକ ର ଛାତ୍ର ଛାତ୍ରୀ କମ ଦର୍ଶାଇ ବିଦ୍ୟାଳୟ ଉଚ୍ଛେଦ କୁ ନେଇ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ପରେ ଖରାଦିନ ଆସୁଥିବାରୁ ସବୁ ଗାଁ ରେ ପାନୀୟ ଜଳ ଯୋଗାଣ କୁ ଗୁରୁତ୍ଵ ଦେବା ସହ ନିର୍ମାଣାଧୀନ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ତୁରନ୍ତ ଶେଷ କରିବାକୁ ଦାବି କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶଲାଲ ଅଗ୍ରୱାଲ , ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପୁରୋହିତ , ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ, ଲାଠୋର ରେଞ୍ଜର ପ୍ରଭାତୀ ସେଠ, ସି ଡି ପି ଓ ସୁଜାତା ଦୋରା , ଆର ଡବ୍ଲୁ ଏସ ଏସ ଜେଇ ଚିନ୍ମୟ ପାଧାନ , ଜେଇ ଶ୍ୟାମ ହରିଜନ , ବ୍ଲକ କୃଷି ଅଧିକାରୀ ସୁଜିତ୍ ଭୋଇ , ସ୍ବାସ୍ଥ୍ୟ ବିଭାଗ ବିପିଏମ ରାକେଶ ମିଶ୍ର , ସମେତ ବିଭିନ୍ନ ବିଭାଗ ର ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସରପଞ୍ଚ,ସମିତି ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିକାଶ ଵାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - June 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର…

ଆତ୍ମହତ୍ୟା କରିଥିବା ମହିଳାଙ୍କ ୨ବର୍ଷର ଶିଶୁ କୁ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନ କୁ ପ୍ରେରଣ କଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦର୍ପଣ ସାଗର ପଡାରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ୨ ବର୍ଷର ଶିଶୁପୁତ୍ର କୁ ଉଦ୍ଧାର କଲା…

ସିହୀନି ଗ୍ରାମବାସୀ ଟିଟିଲାଗଡ ପ୍ରଶାସନର ଦ୍ୱାରସ୍ଥ – ଜୁଆ ଖେଳ ଓ ମଦ ବିକ୍ରି ବନ୍ଦ କରାଯାଉ ବୋଲି କଲେ ଦାବି

Posted by - May 17, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମବାସୀ ଆଜି ଟିଟିଲାଗଡ ଉପଜିଲ୍ଲାପାଳ, ଅବକାରୀ ବିଭାଗ ଏବଂ ଥାନାକୁ ଆସି ଗ୍ରାମରେ ହେଉଥିବା ମଦ…

ମା’ଙ୍କୀଡିଆ ମାଁ ଙ୍କ ୨୭ ତମ ବାର୍ଷିକ ଉତ୍ସବ ପାଳିତ

Posted by - April 30, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ ) ନବରଙ୍ଗୁପୁର ଜିଲ୍ଲା ମେଦେରି ସାହିଠାରେ ମଙ୍କିଡ଼ିଆ ମା ଙ୍କ ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବଟି…