ନୂଆ ଆଲୋକ ତରଫରୁ ଶିଶୁ କ୍ରିଡାତାରକାଙ୍କୁ ସମ୍ବର୍ଦ୍ଧନା

861 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ବରୀ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପରିସରରେ ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ସୁଯୋଗ ପାଇଥିବା ଶିଶୁ ଟେନିସ ତାରକା ସେକ ଫରମାନ ଓ ଶିଶୁ କ୍ରିକେଟ ତାରକା ନାସିରୁଦ୍ଦିନ ଖାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ନୂଆ ଆଲୋକର ସଭାପତି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ, ଅଧ୍ୟାପକ ମନୋରଂଜନ ଜେନା, ମାସୁମ ଗୃପ୍ ର ନିର୍ଦ୍ଦେଶକ ମଣ୍ଟୁ ଦାସ ପ୍ରମୁଖ ଯୋଗଦେଇ ଆଜିର ଶିଶୁ କାଲିର ଭବିଶ୍ୟତ ବୋଲି ମତବ୍ୟକ୍ତ କରିଥିଲେ । ନୂଆ ଆଲୋକର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ଯୋଗଦେଇ ଶିଶୁ ପ୍ରତିଭା ଦ୍ବୟ ସାରା ବିଶ୍ୱକୁ ଦିନେ ନିଜର ପ୍ରତିଭାରେ ବିମୋହିତ କର ଯାଜପୁର ମାଟିର ନାମ ରଖିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ସାହୁ, ଅମରେଶ ଜେନା, ସ୍ନେହାଶୁ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆସନ୍ତା ମାସ ୪ ତାରିଖରୁ କିଟ ବିଶ୍ୱ ବିଦ୍ୟାଳୟ ଇନ୍ ଡୋର ଷ୍ଟାଡିୟମରେ ହେବାକୁ ଥିବା ଓଡିଶା ଟେନିସ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ସେକ ଫରମାନ ଖେଳିବେ । ଏତଦ୍ ଭିନ୍ନ କ୍ରିକେଟ ଶିଶୁ ତାରକା ନାସିରୁଦ୍ଦିନ ଖାନ୍ ଟି ପି ଏଲ ମ୍ୟାଚ ପାଇଁ ଓଡିଶା ଟିମରୁ ମନୋନିତ ହୋଇଛନ୍ତି । ଶ୍ରୀମାନ ଖାନ୍ ଙ୍କୁ ଏବେ ମାତ୍ର ୧୧ ବର୍ଷ ବୟସ ହୋଇଥିବା ବେଳେ ଶ୍ରୀମାନ ଫରମାନଙ୍କୁ ମାତ୍ର ୧୪ବର୍ଷ ବୟସ ହୋଇଛି । ଉଭୟେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବ୍ରହ୍ମବରଦାରେ ଜନ୍ମିତ ।

Facebook Notice for EU! You need to login to view and post FB Comments!

Related Post

୧୬ତମ ସୁଜିତ କୁମାର ସାହୁ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଶୁଭାରମ୍ଭ

Posted by - March 17, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୋନପୁର ସହର ରେ ପ୍ରଥମ ଥର ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି lସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ସୁଜିତ ସାହୁ ୧୬…

ଜିଲ୍ଲାସ୍ତରୀୟ ମାଁ ଘଣ୍ଟାଶୁଣି ଫୁଟବଲ ଟୁର୍ଣ୍ଣ।ମେଣ୍ଟ ସିହିନି ଖେଳ ପଡ଼ିଆ ଠାରେ ଆରମ୍ଭ

Posted by - November 21, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ ସିହିନି ଗ୍ରାମ ପଞ୍ଚାୟତର ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଠାରେ ମାଁ ଘଣ୍ଟାଶୁଣି ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଅବସରରେ…

ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

Posted by - January 30, 2019 0
ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ…

ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

Posted by - March 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସାଂସ୍କୃତି ଭବନ ପରିସରରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘ ପକ୍ଷରୁ ୧୪ ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଟାଟା ଷ୍ଟିଲ୍ ଭୁବନେଶ୍ବର ହାଫ୍ ମାରାଥନ୍‌

Posted by - January 14, 2019 247
ନିଜକୁ ଫିଟ୍‌ ରଖିବା, ସୁସ୍ଥ ରହିବା ସହିତ ଏକ ଉନ୍ନତ ଭବିଷ୍ୟତର ପ୍ରତିଶ୍ରୁତି ରଖୁଥିବା ହାଫ୍ ମାରାଥନ୍‌ରେ ଏକାଧିକ ଅତିଥି ଆସିବା ଉଲ୍ଲେଖନୀୟ ଥିଲା। ଓଲିଉଡ୍‌ର ସଫଳ…

Leave a comment

Your email address will not be published.