ଟିଟିଲାଗଡ଼ :୧୧/୦୨(ସଞ୍ଜୟ କୁମାର ନାୟକ)ଶନିବାର ଦିନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର କୁରସୁଡ଼ ମଣ୍ଡଳ ଅନ୍ତର୍ଗତ ପରାସରା ଗ୍ରାମପଞ୍ଚାୟତର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ତରଫରୁ ଡ. ଦୀନଦୟାଲ ଉପାଧ୍ୟାୟଙ୍କ ତିରୋଧାନ ଦିବସ ଉପଲକ୍ଷେ ସମର୍ପଣ ଦିବସ ପାଳନ କରାଗଲା। ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୁକେଶ କୁମାର ଜୈନଙ୍କ ନେତୃତ୍ୱରେ କୁରସୁଡ଼ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ନିମାଇଁ ଚରଣ ବେହେରାଙ୍କ ସଭାପତିତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଯାଇଅଛି।
ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା ମହାରାଜ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଶିବାଜୀ ମହାନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଠାକୁର, ବଲାଙ୍ଗିର ସାଂସଦ ଙ୍କ ବଙ୍ଗୋମୁଣ୍ଡା ବ୍ଲକ୍ ପ୍ରତିନିଧି ଶ୍ରୀଯୁକ୍ତ ଅନୀଲ କୁମାର ନାଏକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ନରସିଂହ ସୁନା ତଥା ଦଳର ଅନେକ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ବିଜେଡ଼ି ଦଳର ପ୍ରକାଶ ସାହୁ,ପରାସରା ଗ୍ରା. ପ. ର ପୂର୍ବତନ ସରପଞ୍ଚ କୁର୍ତ୍ତିନ ସାହୁ, ଯାଦବ ନେତା କେଶବ ଆଡଯୁଆଡ଼, ତତ୍ ସଙ୍ଗେ ଶତାଧିକ ଲୋକ ବିଜେପି ପାର୍ଟିରେ ଯୋଗ ଦେଲେ।