ଭବାନୀପାଟଣା:୧୦/୨:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡା ଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି l କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନ ରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି l ସୂଚନା ଯୋଗ୍ୟ ଯେ ଭାରତ ସରକାର ଙ୍କ ସକ୍ଷରତା ଅଭିଯାନ ରେ ୧୫ ବର୍ଷ ରୁ ଉର୍ଦ୍ଧ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟ ରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା l
ଏଥିରେ କଲାହାଣ୍ଡି ଜିଲ୍ଲା ର ୨୭୩ ଟି ଗ୍ରାମପଞ୍ଚାୟତ ରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ l ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତ ର ପିଡ଼ିଏସ,ଭତ୍ତାବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀ ଙ୍କୁ ସହଯୋଗ କରିଥିଲେ l
୨୦୧୮ ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତମାନ ପ୍ରେରକ ମାନେ ରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତି ରେ କାଳାତିପାତ କରୁଛନ୍ତି l କେନ୍ଦ୍ର ସରକାର ଙ୍କ ନୂତନ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଭିଯାନ ରେ ଓ ପ୍ରି ସ୍କୁଲ ଯୋଜନା ରେ ପ୍ରେରକ ମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଲାହାଣ୍ଡି ଜିଲ୍ଲା ରୁ କଳାହାଣ୍ଡି ପ୍ରେରକ ସଙ୍ଘ ର ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ ,ସାମାଜିକ କର୍ମୀ ଚିନ୍ମୟ ବେହରା ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି l କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରେରକ ଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତି କୁ ଗୁରୁତ୍ୱ ଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି l