ହରଭଙ୍ଗା :୧୦/୦୨( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ରେ ଆଜି ନୂତନ ବିଡ଼ିଓ ଭାବେ ଶ୍ରୀମତୀ ସ୍ୱପ୍ନିତା ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି ।ପ୍ରକାଶ ଥାଉ କି ୟା ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ର ଖଜୁରିପଡ଼ା ବ୍ଲକ ରେ ତହସିଲଦାର ଭାବେ ତିନି ବର୍ଷ ରୁ ଉର୍ଦ୍ଧ ସମୟ ଦାୟିତ୍ୱ ତୁଲେଇ ଥିଲେ ।ଏବଂ ଏହି ସମୟ ରେ ଖଜୁରିପଡ଼ା ବ୍ଲକ ର ସମସ୍ତ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେଇଆସିଥିଲେ ।
ଏହି ଭଳି ଏକ ସଚୋଟ ଓ ନିଷ୍ଠାପର ପ୍ରଶାସନିକ ଅଧିକାରୀଙ୍କୁ ପାଇ ଆଜି ହରଭଙ୍ଗା ବ୍ଲକ ର ସମସ୍ତ ଅଧିବାସୀ ଗର୍ବ ଅନୁଭବ କରିଛନ୍ତି । ଶ୍ରୀମତୀ ନାୟକ ଙ୍କ ଦାୟିତ୍ୱ ଗ୍ରହଣ କୁ ନେଇଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ସଭାପତି ସରୋଜ ମହାକୁଡ଼ ଙ୍କ ନେତୃତ୍ୱ ରେ ବୀରେନ୍ଦ୍ର ଭୋକ୍ତା, ବିଜୟ ପ୍ରଧାନ, ଉମେଶ ଆପଟ ଆଦି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ!ହରଭଙ୍ଗା ବ୍ଲକ ର ବିଭିନ୍ନ ସମସ୍ୟା ଦୃଷ୍ଟି ରେ ରଖି ସମାଧାନ ସୁଚାରୁ ରୁପେ କରାଯିବ ବୋଲି ଶ୍ରୀମତୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି