ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ରୁଢ଼ିଆ ସ୍ଥିତ ଜଳସେଚନ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଯନ୍ତ୍ରୀ ବିଜୟ ସାମଲ,ୱାଲ୍ମି ର ନିର୍ଦେଶକ କୃଷ୍ଣ ଚନ୍ଦ୍ର ମହାନ୍ତି,ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର ଧନେଶ୍ୱର ସାମଲ ଯୋଗ ଦେଇ ଏହି ପାଣି ପଞ୍ଚାୟତ ସମ୍ପର୍କରେ ଆଲୋଚନା କରିଥିଲେ।
ପାଣି ପଞ୍ଚାୟତ ମାଧ୍ୟମରେ ଅଣ ଜଳସେଚିତ ଜମି କୁ ଜଳ ସେଚିତ କରାଯାଇପାରିବ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡାଇ, ଏସଡ଼ିଓ ଅନ୍ତଯ୍ୟାମୀ ମହାନ୍ତି,ସହକାରୀ ଯନ୍ତ୍ରୀ ଶୁଧାଂଶୁ ଶେଖର ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।