ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ବ୍ଲକ ଲଷ୍ମୀପ୍ରସଦ ପଂଚାୟତର ଐତିହାସିକ ଗନ୍ଧରାଢୀ ମନ୍ଦିର ପରିସରରେ ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଚୂଡାନ୍ତ ବୈଠକ ସଭାପତି ଅଶୋକ କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ସହିତ ପୂର୍ବ ବୈଠକର ପ୍ରସ୍ତାବ ଉପରେ ସୂଚନା ରଖିଥିଲେ l ସହ ସମ୍ପାଦକ ସ୍ବାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏଥିରେ ବିଭିନ୍ନ କମିଟିର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ lସ୍ମରଣୀକା କମିଟି, ଶୋଭାଯାତ୍ରା କମିଟି, ସାଂସ୍କୃତିକ କମିଟି, ସାଜସଜା କମିଟି, ଅର୍ଥ କମିଟି, ବ୍ୟବସ୍ଥାପନା କମିଟି, ଉପରେ ଆଲୋଚନା କରାଯାଇଥିଲା l
ବିଭିନ୍ନ ଆଲୋଚନାରେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି ,ଅଧ୍ୟାପକ ବାସୁଦେବ ପାତ୍ର, ଉପ-ସଭାପତି ବିଦ୍ୟାଧର ସ୍ବାଇଁ,ସହ ସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକ,ଉପ- ସଭାପତି ମନରଞ୍ଜନ ପୁରୋହିତ, , ଧ୍ରୁବ ଚରଣ ପାଣିଗ୍ରାହୀ, ନୀଳଲୋହିତ ମହାପାତ୍ର, ସ୍ୱପ୍ନେସ୍ୱର ମହାନ୍ତି,ଅକ୍ଷୟ କୁମାର ସ୍ୱାଇଁ, ନବୀନ କୁମାର ପ୍ରଧାନ, ପ୍ରଭାସ କୁମାର ଶତପଥୀ, କୃତିବାସ ପଲିଆ, ମହେଶ ଅଗ୍ରୱାଲ,ସବର ସେଠୀ, ସ୍ବାଧୀନ କୁମାର ପରିଡା, ଶ୍ରୀପତି ମହାକୁଡ଼, ଶିଵ ବେହେରା, ପ୍ରଶାନ୍ତ କୁମାର ସେଠୀ,ଆଦି ଜେନା, ପ୍ରକାଶ ବାରିକ,ବିଶ୍ୱଜିତ ପୁରୋହିତ, ସଞ୍ଜୟ ପ୍ରଧାନ,ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l
ମହୋତ୍ସବ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପ୍ରଥମେ ଉପସ୍ଥିତ ସଭ୍ୟ ଘୋଷଣା କରିଥିଲେ। ଗନ୍ଧରାଡ଼ିମନ୍ଦିର ଓ ହନୁମାନ ମନ୍ଦିର କୁ ଆଲୋକିକରଣ କରିବା ସହିତ ଦର୍ଶକ ମାନଂକୁ ଆକର୍ଷିତ କରିବା ପାଇଁ ସଭାପତି ପ୍ରସ୍ତାବ ରଖିଥିଲେ l ପୂର୍ବ ବର୍ଷ ରେ ହୋଇଥିବା ତ୍ରୁଟିକୁ ସୁଧାରିବା ନିମନ୍ତେ ସନ୍ତୋଷ କୁମାର କର୍ଣ୍ଣ ମତ ରଖିଥିଲେ lଶେଷରେ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।