ନୀଳଚକ୍ର ନଗର ସ୍ଥିତ ସିରିଡ଼ି ସାଇ ମନ୍ଦିରର ରତ୍ନ ମୁଦ ଉତ୍ସବ ଏବଂ ଦିଦିନିଆ ପାରାୟଣ ଅନୁଷ୍ଠିତ

140 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଡିସେମ୍ବର 2012 ମସିହାରେ ଏକ ସାଇ ବାବାଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଧିରେ ଧିରେ ଭକ୍ତଙ୍କ ସହଯୋଗ କ୍ରମେ ଚାରି ହଜାର ବର୍ଗ କ୍ଷେତ୍ରରେ ଦୁଇ ମହଲା ବିଶିଷ୍ଟ ନୂତନ କୋଠା ନିର୍ମାଣ କାମ ଚାଲିଥିବା ବେଳେ ଗୁରୁବାର ଦିନ ଅପରାହ୍ନରେ ନୂତନ କୋଠାର ଉପର ପାର୍ଶ୍ଵରେ ମନ୍ଦିରର ରତ୍ନ ମୁଦ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ସହରର ବହୁ ଭକ୍ତ ଯୋଗ ଦେଇ କୁମ୍ଭ ଭରିବାର ସୌଭାଗ୍ୟ ଅର୍ଜନ କରିଥିଲେ।ଏହା ପୂର୍ବରୁ ଛ ତାରିଖରେ ସୋମବାର ସନ୍ଧ୍ୟାରେ କଳସ ଯାତ୍ରା ବାହାରି ସହର ପରିକ୍ରମା କରିଥିଲେ।

ମଙ୍ଗଳବାର ଓ ବୁଧୁବାର ଦୁଇ ଦିନ ମନ୍ଦିର ପରିସରରେ ପାରାୟଣ ପଠନ କରାଯାଇଥିଲା। କର୍ତା ଭାବରେ ଦୀପକ ସୁବୁଦ୍ଧି ଏବଂ ସପତ୍ନି ପ୍ରଭାତୀ ସୁବୁଦ୍ଧି ହୋଇଥିବା ବେଳେ ରତ୍ନ ମୁଦ ପାଇଁ ଚିରାଗ ଜୈନ ଏବଂ ସପତ୍ନୀ ପୂଜାରେ ବସିଥିଲେ। ମନ୍ଦିରର ପୂଜକ ଶ୍ୟାମ ବାବା ଓ ପଣ୍ଡିତ ନେତ୍ରାନନ୍ଦ ମିଶ୍ର, ରୂପକ ନାଏକ,ସିଦ୍ଧାର୍ଥ ମହାପାତ୍ର ପୂଜା ସମ୍ପନ୍ନ କରିଥିଲେ।,ଗୁରୁବାର ଦିନ ପାରାୟଣର ପୂର୍ଣ୍ଣାହୁତି ହେବା ପରେ ରତ୍ନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଭକ୍ତଙ୍କ ନିମନ୍ତେ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରଦୀପ ମହାନ୍ତି, ପ୍ରକାଶ ମହାନ୍ତି, ମହେଶ ଡୋଡକା, ରଞ୍ଜିତ ଲେଙ୍କା, ଦିନେଶ ଶର୍ମା, ଦୀପକ ସୁବୁଦ୍ଧି, ମନୋଜ ପଟ୍ଟନାୟକ ଏବଂ କମିଟିର ବହୁତ ସଦସ୍ୟ ସହଯୋଗ କରିଥିଲେ।

Related Post

ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ନବ କୃଷ୍ଣ ଚୌଧୁରୀ ଓ ଜାତୀୟକବି ବୀରକିଶୋର ଜୟନ୍ତୀ ପାଳିତ

Posted by - November 24, 2022 0
ସମ୍ବଲପୁର: ୨୩/୧୧(ରମାକାନ୍ତ ବିଶ୍ବାଳ) କୁଚିଣ୍ଡା ର ଏକ ଅଗ୍ରଣୀ ସଙ୍ଗଠନ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ…

ଭାରାସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ୍ ,ଚାଳକ ଗୁରୁତର,

Posted by - November 13, 2019 0
କେନ୍ଦୁଝର,୧୨/୧୧ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ଚକିଆ ଟ୍ରକ ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ପରିବାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା…

ତରଭା ଥାନା ଜୁରାବନ୍ଧ ଠାରେ ହତ୍ୟାକାଣ୍ଡ !!

Posted by - July 20, 2021 0
ସୋନପୁର: (ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ତରଭା ଥାନା ଜୁରାବନ୍ଧ ଠାରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି l ମୃତକ ବ୍ରାହ୍ମଣୀ ଗ୍ରାମର ବେଣୁଧର ସାହୁଙ୍କ ପୁଅ…

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ       

Posted by - April 18, 2020 0
କେନ୍ଦୁଝର:( ସିତରାମ ଦିକ୍ଷୀତ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦…

ମଣିପୁର ଆଦର୍ଶ ବିଦ୍ୟାଳୟ ୨୫ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ 

Posted by - June 2, 2022 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା…