Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଆମ ପୋଲିସ ସମିତି ପକ୍ଷରୁ ରକ୍ତ ଦାନ ଶିବିର ଯୁବ ବର୍ଗଙ୍କ ସହ ଏସଡିପିଓ ଆଇଆଇସି ଦେଲେ ରକ୍ତ

87 0

ମୁନିଗୁଡା :(ରମାକାନ୍ତ ପୋଢାଳ ) ରାୟଗଡ଼ା ଜିଲ୍ଲା ଆମ୍ବଦଳା ପୋଲିସ ସମିତି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅମ୍ବାଦଳା ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତଦାନ ଶିବିରକୁ ଅମ୍ବାଦଳା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କହଁର ଶୁଭ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଷମ କଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ,ସମ୍ମାନିୟ ଅତିଥି ଭାବେ ମୁନିଗୁଡ଼ା ଥାନା ଅଧିକାରୀ ସୁଗ୍ୟାନି ସାହୁ ଯୋଗଦେଇ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ରାଜ୍ୟରେ ରକ୍ତ ହୀନତା ଯୋଗୁ ରୋଗୀମାନଙ୍କ ଙ୍କ ମୃତ୍ୟୁ ହେଉଥିବା ବେଳେ ରକ୍ତ ହୀନତା ଯୋଗୁ କାହାର ଜୀବନ ନଯାଉ ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହିଭଳି ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଉ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଅମ୍ବାଦଳା ଥାନା ଅଧିକାରୀ ସମସ୍ତ ଯୁବ ବର୍ଗଙ୍କୁ ରକ୍ତଦାନ କରିବା ପାଇଁ ଆହ୍ଵାନ ଦେବା ସହ ରକ୍ତଦାନ ଏକ ମହତ୍ତ୍ଵ କାମ ବୋଲି ଶିବିରରେ ଉପସ୍ଥିତ ଥିବା ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସ୍ରାହିତ କରିଥିଲେ।

ଏହି ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅମ୍ବାଦଳା ପ୍ରେସ ୟୁନିୟନର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଭିନ୍ନ ସଙ୍ଗଠନ ଓ ପୋଲିସ ଫୋର୍ସ ଯବାନ ମାନେ ଏହି ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାନ କରିବା ସହ ସହଯୋଗ କରିଥିଲେ।

Related Post

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରେସ ବାର୍ତ୍ତା

Posted by - May 22, 2021 0
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରାକ୍ ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ଯଜୀବୀମାନଙ୍କୁ ଫେରାଇ ଅଣାଯାଇଛି। ସମ୍ପୂର୍ଣ୍ଣ…

ତେଜିଲା କ୍ରସର ବିରୋଧି ଆନ୍ଦୋଳନ

Posted by - December 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଖରଭୁଇଁ ଠାରେ ଗୋଟଏ ମାସରୁ ଉର୍ଦ୍ଧ୍ବ ହେବ କ୍ରସର୍ ବିରୋଧି ଆନ୍ଦୋଳନ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି…

ରାଜଧାନୀ ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

Posted by - June 4, 2020 97
ଭୁବନେଶ୍ବର : ମାର୍ଚ୍ଚ ୨୪ରୁ ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। ଏହି ଅବଧି ମଧ୍ୟରେ ଭୁବନେଶ୍ବରକୁ ୨୧୮୮ଜଣ ଫେରିଲେଣି। ମୋଟ୍‌ ୧୦୬୬୧ଜଣ ଫେରିବାକୁ…

ଖୁବଶୀଘ୍ର ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପରିଣତ ହେବ :- ମୁଖ୍ୟମନ୍ତ୍ରୀ

Posted by - November 18, 2020 0
ମାଲକାନଗିରି:ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଖୁବଶୀଘ୍ର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ପରିଣତ ହେବା ପାଇଁ ଯାଉଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ,…

ଟ୍ରକ୍‌ରୁ ୫୬୨ କିଲୋର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୪୫ ହଜାର ଟଙ୍କା

Posted by - September 25, 2020 0
ସୁରତ/ଆସିକା: ବିଶେଷ ସୂତ୍ରରୁ ଖବର ପାଇ ଗୁଜରାଟର ସୁରତ କ୍ରାଇମ୍‌ବ୍ରାଞ୍ଚ୍‌ ପୂର୍ଣ୍ଣା ଗାଁ ସରୋଲି ରୋଡ୍‌ ନେଚର୍‌ ଭ୍ୟାଲି ହୋମ୍ସ ନିକଟରୁ ବିପୁଳ ପରିମାଣ ଗଞ୍ଜେଇ ଜବତ…