କୁଷ୍ଠ ନିରାକରଣ ସଚେତନତା କାର୍ଯ୍ୟକ୍ରମ

77 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ୩୦ ଜାନୁୟାରୀରୁ ୧୩ ଫେବୃୟାରୀ ଯାଏଁ ଅନୁଷ୍ଠିତ ହେଉଥିବା ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅବସରରେ ଆଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ସହ ସ୍ଲୋଗାନ ଦେଇ ଏହି ରାଲିରେ ଭାଗ ନେଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ କୁଷ୍ଠରୋଗ ବିରୁଦ୍ଧରେ ସାମୁହିକ ଲଢେଇ କରି କୁଷ୍ଠରୋଗକୁ ଇତିହାସ ପୃଷ୍ଠାରେ ହଜାଇ ଦେବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଝାନସି ମେହେର, ଦ୍ୱିତୀୟ ସ୍ଥାନରେ ଆୟୁଷ୍ମାନ କୁଅଁର ଏବଂ ତୃତୀୟ ସ୍ଥାନରେ ଶାନ୍ତା ସାଗରୀକା ପ୍ରଧାନ ରହି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ହୃଦ ଘାତରେ ସାମ୍ବାଦିକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

Posted by - December 20, 2021 0
ବାଲେଶ୍ଵର:(ପ୍ରଭାକର ମଲ୍ଲିକ )ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ନେପୁରା ଗ୍ରାମର ସାମ୍ବାଦିକ ମୃତ୍ୟୁଞ୍ଜୟ ଦେ(୫୬)ଙ୍କ ଆଜି ହୃଦଘାତରେ ମୃତ୍ୟୁ ଘଟିଛି।ସ୍ବର୍ଗତ ଦେଙ୍କ ପତ୍ନୀ ବୃନ୍ଦାବତୀ କେଉଁଝରରେ ଶିକ୍ଷକତା…

ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Posted by - December 5, 2019 682
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ରୋଡ଼ ଥାନା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।…

ଆମିଷ କିଣିବା ପାଇଁ ଲୋକମନେ ମାନୁନାହାନ୍ତି ସମଦୁରତା

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)କରୋନାର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଲୋକେ କିନ୍ତୁ ଆମିଷ ଦ୍ରବ୍ୟ ପାଇଁ ଭୟଙ୍କର ଭିଡ ଲଗାଉ ଥିବା ଦେଖିବାକୁ…

ମହାମାରୀ ସମୟରେ ରକ୍ତାଭାବ ଦୂର ପାଇଁ ଚେଷ୍ଟା – ୫୬୩ ୟୁନିଟ ରକ୍ତ ସଂଗ୍ରହ.

Posted by - August 25, 2020 0
ଅନୁଗୁଳ:(ମହେଶ ଭୋମରାଜ)  ଅନୁଗୁଳ ଜିଲ୍ଲାରୁ କରୋନା ସ୍ଥିତିରେ ରକ୍ତାଭାବ ଦୂର କରିବା ପାଇଁ ଆଜି, ପବିତ୍ର ଗଣେଷ ପୁଜା ଓ ନୁଆଁଖାଇ ପର୍ବ ଅବସରରେ ଅନୁଗୁଳ ଅମଲାପଡାସ୍ଥିତ…