ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଜିଲ୍ଲା ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ଶ୍ରୀଯୁକ୍ତ
ଅସ୍ମାନ ମହାକୁଡ଼ ସମସ୍ତଙ୍କୁ ସ୍ବାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପାଞ୍ଚ ନମ୍ୱର୍ ଜୋନ ର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ମିଳା
ଝାଙ୍କର,ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷା ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜଲି ଟୋମି,ଅଧକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଶ୍ରୀଯୁକ୍ତ ଅବିନାଶ ମିଶ୍ର, ପଲିଟେକ୍ନିକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାସ ,ନେହେରୁ ଜୁବକେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ନବନିତ୍ କୁମାର,ଡିଜି ନୋମିନି ଶ୍ରୀଯୁକ୍ତ ଦେବାଶିଷ ପୁରୋହିତ ଉପସ୍ଥିତ ଥିଲେ।
ମୁଖ୍ୟ ବକ୍ତା ଭାବରେ ଆଦିତ୍ୟ ମେହେର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରତିଭାଗି ଭାବରେ ଜବାହାର ନବୋଦୟ ବିଦ୍ୟାଳୟ , ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବୌଦ୍ଧ, ପିଲିଟେକ୍ ନିକ ତଥା ବିଭିନ୍ନ ୟୁଥ୍ କ୍ଲବ୍ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଯୁବ ଅଧିକାରୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ। ପରେ ସମସ୍ତ ଅତିଥି ବୃନ୍ଦ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ମହୋଦୟା ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ର ଅଂଶୀଦାର ହୋଇଥିବାରୁ ନିଜକୁ ବହୁତ୍ ଆନନ୍ଦ ଲାଗୁଛି ବୋଲି ମତପ୍ରକାଶ କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ସଂକ୍ଷେପରେ ଉଦବୋଧନ ଦେଇଥିଲେ।
ପରେ ପାର୍ଲିଆମେଣ୍ଟ ରେ କେମିତି ସବୁ କାର୍ଯ୍ୟ ହୋଇଥାଏ ତାର ପୁରା ନକଲ ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସମ୍ପୂର୍ଣ ଅଭିନୟ ମାଧ୍ୟମରେ ଜଣାଇଥିଲେ। କିଭଳି ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜର ପକ୍ଷ ରଖନ୍ତି ସେ ସବୁର ଅବିକଳ ନକଲ କରି ବୁଝାଇଥିଲେ। ଶେଷରେ ପ୍ରତିଭାଗି ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା ପାଇଁ ନେହେରୁ ଯୁବ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଏବଂ ଆଇ ଟି ଆଇ ର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସାହାଯ୍ୟ ସହୋଯୋଗ କରିଥିଲେ।