ବୋରିଗୁମ୍ମା:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟ ୫ଟି ଶାସନ ସଚିବ ଭି କେ ପାଣ୍ଡିଆନ କୋରାପୁଟ ଜିଲ୍ଲାକୁ ପାଞ୍ଚ ଦିନିଆ ଗ୍ରସ୍ତରେ ଆସିଛନ୍ତି |ବୋରିଗୁମ୍ମା ବ୍ଲକକୁ ଏକ ଶ୍ରେଷ୍ଠ ବ୍ଲକ ଭାବେ ଗଢି ତୋଳିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଏକାଧିକ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକ୍ଷମ ଜାରି ରହିଥିବାବେଳେ ମହିଳାଙ୍କୁ ସାମଗ୍ରିକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶିଳ ଭାବେ ଗଢିତୋଳିବା ନିମନ୍ତେ ବିଭିନ୍ନ ପଞ୍ଚାୟତରେ ନୁଆଁ ନୁଆଁ ପ୍ରକଳ୍ପର କାର୍ଯ୍ୟକ୍ଷମ ଧାରାକୁ ପରିଦର୍ଶନ କରି ବ୍ଲକର ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିବାବେଳେ ଜିଲ୍ଲାପାଳ ଅବଦଲ ଏମ ଅଖତାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା, ଏଇ. ସତ୍ୟନାରାୟଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ |ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ରୂପାନ୍ତରିତ ଶିକ୍ଷା ଆଉ ସ୍ବପ୍ନ ହୋଇ ରହିନାହିଁ |ଏହା ବାସ୍ତବ ରୂପ ନେଇସାରିଛି |
୫ ଟି ଉପକ୍ରମ ଜରିଆରେ ହାସଲ ହୋଇଥିବା ରୂପାନ୍ତରଣ ସଫଳତା ଏବେ ସମଗ୍ର ଦେଶ ପାଇଁ ଉଦାହରଣ ସାଜିଛି |ଏହି ରୂପାନ୍ତରଣ ଆମ ପିଲାମାନଙ୍କ ପାଇଁ ନୁଆଁ ଦିଗନ୍ତ ଉନ୍ମୁକ୍ତ କରିଛି |ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ହାଇସ୍କୁଲ ରୂପାନ୍ତରଣ ଓ ବ୍ଲକ ପ୍ରଶାସନର ନିର୍ମିତ ପ୍ରକଳ୍ପର ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଆଜି ଆମ ପାଖରେ ସ୍ମାର୍ଟ କ୍ଲାସରୁମ, ଉଚ୍ଚମାନର ଇ -ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର,ଚିତ୍ରାଙ୍କନ କକ୍ଷ , ଉତ୍ତମ କ୍ରୀଡା ଭିତ୍ତିଭୂମି, ଶିଶୁ ଅନୁକୂଳ କ୍ୟାମ୍ପସ ରହିଛି|ଫଳରେ ଅଧିକରୁ ଅଧିକ ପିଲା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଆକୃଷ୍ଠ ହେଉଛନ୍ତି |ଏବଂ ଆମ ସରକାରୀ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଛାତ୍ର ଛାତ୍ରୀ ମାନଙ୍କୁ ନୁଆଁ ସୁଯୋଗ ଦେଇଛି ଯାହା ଦ୍ୱାରା ପିଲାମାନେ ଜାତୀୟସ୍ତର ରେ ପ୍ରତିଯୋଗିତାକୁ ଓଲ୍ହାଇ ପାରୁଛନ୍ତି |
ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ସେଲ୍ଫି ଦେଇ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ ଓ ଶିକ୍ଷକେନ୍ଦ୍ରକୁ ଯତ୍ନନେବା ସହ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ |ପରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ବ୍ରିକ୍ସ ଫ୍ୟାକ୍ଟ୍ରି, କୁକୁଡ଼ା ପାଳନ କେନ୍ଦ୍ର, ମାଣ୍ଡିଆ ପ୍ରସେସର ୟୁନିଟ, ତେଲ ଉତ୍ପାଦନ ପ୍ଲାଣ୍ଟ, ମୁଢ଼ି ଭଜା କେନ୍ଦ୍ର,ବୁଲି ଦେଖିଥିଲେ|ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବଏହି ଜୁଝାରୀ ପଞ୍ଚାୟତର ପଢ଼େଇ ଗୁଡା ଠାରେ ଅବସ୍ଥିତ ମହିଳାଙ୍କ ଦ୍ୱାରା ପରିଚାଳିତ ମହିଳା ସଶକ୍ତିକରଣ |ଏବଂ କହିଥିଲେ ସବୁ ସଫଳତା ସତ୍ୱେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିବାକୁ ଉଦ୍ୟମ ଜାରିରଖନ୍ତୁ ଓ ଏଭଳି ସଫଳ ଜନହିତକାରୀ ଯୋଜନାକୁ ରାଜ୍ୟରେ ଅନ୍ୟ ଜିଲ୍ଲା କୋଣ ଅନୁକୋଣ ରେ |ଶେଷରେ ରାଜ୍ୟର ପ୍ରଥମ ଏମଜିଏନଆରଜିଏସ ଏବଂ ଏସ ଏଫ ସି ବ୍ଲକଫଣ୍ଡ ଦ୍ୱାରା ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଫୁଡ କୋର୍ଟ ର ଦଶ ଗୋଟି ଷ୍ଟୋଲ କୁ ବୁଲିଦେଖିଥିଲେ ଏବଂ ମହିଳା ମାନଙ୍କୁ ବ୍ୟବସାୟୀ କରଣ ଦିଗରୁ ଭଲ ପଦେକ୍ଷେପ ବୋଲି ଖୁସି ପ୍ରକାଶ କରିଥିଲେ |