ହରଭଙ୍ଗା: (ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ରାମଗଡ଼ ର 16 ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବାର୍ଷିକ ଉତ୍ସବ ବୈଠକ ର ସଭାପତି ଚତୃଭୁଜ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ ଲୋକ ସମ୍ପକ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିବା ବେଳେ ପ୍ରଥମେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ପୂଜାର୍ଚନା ପରେ ଅତିଥି ପରିଚୟ ସହ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l
ବାର୍ଷିକ ଉତ୍ସବ ର ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ଯୋଶୀ, ମାତୃ ସନ୍ତାନ ସାହାଯପାଲ ଚେତାରାମ ପଟ୍ଟନାୟକ, ଶିକ୍ଷକେନ୍ଦ୍ର ର ସମ୍ପଦକ ସମ୍ଭୁ ପ୍ରସାଦ ଖେତୀ, ଓ ଅଧକ୍ଷ ପ୍ରମୋଦ ଭୋକ୍ତା, ମଞ୍ଚସିନ ଥିବା ବେଳେ ମୁଖ୍ୟ ଵକ୍ତା ଭାବେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଯୋଗଦେଇଥିଲେ lସଭାକାର୍ଯ୍ୟ ମଞ୍ଚପରିଚାଳନା କରିଥିଲେ ସିଆରସିସି ସୁବାସ ଚନ୍ଦ୍ର ବିଶି l ବାର୍ଷିକ ଉତ୍ସବ ରେ ମନ୍ତ୍ରୀ ପ୍ରଦୀପ ଅମାତ ସ୍କୁଲ ର ଉତ୍ତରତର ଉନ୍ନତି କାମନା ସହ ଲାଗିରହିଥିବା ବିଭିନ୍ନ ସମସ୍ୟା ଉପରେ ଖୁବ ଶୀଘ୍ର ଦୃଷ୍ଟି ଦିଆଯିବ ବୋଲି ନିଜର ଅଭିଭାଷଣ ରଖିଥିଲେ l
ଏବଂ ଶିକ୍ଷା କେନ୍ଦ୍ର କମିଟି ପକ୍ଷରୁ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ବାଉରୀଙ୍କ ଫୋଟଚିତ୍ର ସହ ଉପକୌଢନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଅର୍ଜନ କରିଥିବା ଛାତ୍ରଛତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯଇଥିଲା l ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂସ୍କୁତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ ଉତ୍ସବ ରେ ଶିକ୍ଷକେନ୍ଦ୍ର ର ଶିକ୍ଷକ ଯୁଧିଷ୍ଠିର ସେଠି, ରାଧା ମହନ କ୍ଷେତି, ଶେଷ ଦେବ ଜଗଦଳା, ସୁମି ମହାକୁଡ଼, ସସ୍ମିତା ଅପା ଓ ଶିକ୍ଷକେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କ ସମେତ ଶିକ୍ଷା କମିଟି, ଅଭିଭାବକ ମାନେ ଯୋଗ ଦେଇଥିଲେ l