Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ

73 0

ନବରଙ୍ଗପୁର:(ବେଣୁଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଦ୍ଵାରିକା ମହାପାତ୍ରଙ୍କ ନେତୃତ୍ବରେ, ନବରଙ୍ଗପୁର ଜିଲ୍ଲାରେ ଚାଷୀଙ୍କ ଧାନ କ୍ରୟରେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଜନ ବିରୋଧୀ, ଚାଷୀ, ମହିଳା ଓ ଗରିବ ବିରୋଧୀ ବଜେଟକୁ ସମାଲୋଚନା କରି, ଜିଲ୍ଲା ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ନବରଙ୍ଗପୁର ରାଜରାସ୍ତାକୁ ଓଲ୍ହାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଚାଷୀମାନଙ୍କ ହୀତକୁ ଆଖି ଆଗରେ ରଖି ଯେପରି ସମସ୍ତ ପଞ୍ଜିକୃତ ଚାଷୀ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ସମୟ ସୀମା ମଧ୍ୟରେ କିପରି ଧାନ ବିକ୍ରି କରିପାରିବେ, ସେଟଲାଇଟ ତ୍ରୁଟି ଦ୍ୱାରା ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ଧାନ ବିକ୍ରି କରିବାକୁ ସୁଯୋଗ ଦେବାକୁ, ଧାନ ବିକ୍ରୟ କରିଥିବା ଚାଷୀଙ୍କର ଟଙ୍କା ଏକ ମାସରୁ ଉର୍ଦ୍ଧ୍ବ ହୋଇ ଯାଇଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଜମା ହେଉନଥିବା ସମୟରେ ଯଥାଶୀଘ୍ର ଜମା କରିବାକୁ ଦାବି ଜଣେଇ ଏବଂ ମଣ୍ଡିରେ ଟାର୍ଗେଟ ଅଭାବରୁ କୌଣସି ଚାଷୀଙ୍କ ଟୋକେନ ଯେଭଳି ଲେପ୍ସ ନ ହୁଏ ସେଥିପାଇଁ ପଦକ୍ଷେପ ନେବାକୁ ଇତ୍ୟାଦି ଦାବିକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ଜିଲ୍ଲାପାଳଙ୍କୁ ଉପ-ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ

ଉକ୍ତ ଦାବି ଗୁଡିକର ଯଥାଶୀଘ୍ର ସମାଧନ ନ ହେଲେ ଅଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସୂଚନା ଦେଇଥିଲେ ଓ ମହଙ୍ଗା ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଅଭିନବ ଉପାୟରେ, ପିଆଜ ଆଳୁ ପରିବା ମାଳ ପିନ୍ଧି ଯୁବ କଂଗ୍ରେସ ସଭାପତି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାପୋଡାହାଣ୍ଡି ଜନ-୨ ର ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଯୁବକଂଗ୍ରେସ ଉପ-ସଭାପତି ଡ଼. ଲିପିକା ମାଝୀ, ନଗର ଯୁବ କଂଗ୍ରେସ ସଭାପତି ଶ୍ରୀ ସୁରଜ ଲାଲ, ସାଧାରଣ ସମ୍ପାଦକ ବାବୁଲି ଗଣ୍ଡା, ତ୍ରିଲୋଚନ ବେଶ୍ରା ( ମୁନ୍ନା ), ଯୁବନେତା ସନ୍ତୋଷ ବେନ୍ୟା, ରାହୁଲ ନାଗ, ନାସିର ହିଆଲ, ମୁନ୍ନା ଉପାସି, ଜିଲୁ ନାଗ ଓ ଅନେକ ଯୁବ କଂଗ୍ରେସର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related Post

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା

Posted by - May 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ଗଢଭିତରେ ଯୁବକଙ୍କୁ ହତ୍ୟା । ଗତକାଲି ରାତି ଘରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରିଥିବା…

ବୌଦ୍ଧ ଜିଲ୍ଲା ପୋଲିସର ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ

Posted by - April 24, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସର ଦୁଇଟି ଜରୁରୀକାଳୀନ ଉଦ୍ଧାର ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆରକ୍ଷୀ…

ଗୁଜୁରାତି ସମାଜ ପକ୍ଷରୁ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଜଳାରାମ ଜୟନ୍ତୀ ପାଳିତ

Posted by - November 13, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗୁଜୁରାତି ସମାଜର ଆରାଧ୍ୟ ଦେବତା ହେଲେ ପ୍ରଭୂ ଜଳାର।ମ। ଗୁରୁବାର ଦିନ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପରିସରରେ ଥିବା ପ୍ରଭୂ ଜଳାର।ମଙ୍କ ମନ୍ଦିରରେ ପୂଜାର୍ଚ୍ଚନା…

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ୍ରାଫ ଟିମ ର କୌଶଳ ପ୍ରଦର୍ଶନ

Posted by - June 21, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଜିଲ୍ଳା ପ୍ରଶାସନ ଅନୁକୂଲ୍ୟ ରେ ଓଡ୍ରାଫ ଟିମ ଦ୍ୱାରା ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଛି । ପୂର୍ବ…

ସହଙ୍ଗା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ଥାନା ଘେରିଲେ ଓ ଦାବିପତ୍ର ଦେଲେ

Posted by - March 21, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ସହଙ୍ଗା ଗ୍ରାମରେ ଦିନ ଓ ରାତିରେ ଅବାଦରେ ମଦ ବିକ୍ରି ହେଉଛି । ମଦ ପିଇ ଲୋକମାନେ…