ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

50 0

କଳାହାଣ୍ଡି:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ ଟା ସମୟରେ ନବୀନ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଗାଁ ଦେଇ ଯାଇଥିବା ମେଗା ଲିଫ୍ଟ କେନାଲ କୁ ଶୌଚ ହେବା ପାଇଁ ଯାଇଥିଲେ।କିନ୍ତୁ କେନାଲର ପାଣି ସୁଅରେ ନବୀନ ଭାସି ଯାଇଥିଲେ।

ଏହା ଦେଖି ସାଙ୍ଗରେ ଯାଇଥିବା ନବୀନଙ୍କ ସାଙ୍ଗ ମାନେ ଦୌଡ଼ି ଦୌଡ଼ି ଘରକୁ ଆସି ଏ ବିଷୟରେ କହିଥିଲେ।ଘର ଲୋକେ ଯିବା ବେଳକୁ ନବୀନ ଶୌଚହେବା ସ୍ଥଳରୁ ଏକ କିମି ପର୍ଯ୍ୟନ୍ତ ଭାସି ଯାଇଥିବା ବେଳେ ଉଦ୍ଧାର କରିବା ବେଳକୁ ନବୀନଙ୍କ ମୃତ୍ୟୁ ଘଟି ସାରିଥିଲା।ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।ନବୀନ ଜୟପାଟଣା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ମର୍ମାହତ ହୋଇଛନ୍ତି।

Related Post

ଧର୍ମଗଡ଼ ରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ

Posted by - July 28, 2022 0
ଧର୍ମଗଡ଼:( ପାୱାର ଗ୍ରୀଡ଼,ଓପିଟିସିଏଲ ଓ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆଜି ଧର୍ମଗଡ ଵିଜୁକଲ୍ଯାଣମଣ୍ଡପ ଠାରେ ‘ଆଜାଦି କି ଅମୄତ ମହୋତ୍ସବ’ ଆୟୋଜିତ ହୋଇଥିଲା।ଧର୍ମଗଡ ଉପଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ,ଆଇଏଏସ…

ଭୈରବୀ ଡିଗ୍ରୀ କଲେଜରେ ଆଲୋଚନାଚକ୍ର

Posted by - December 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଭାଗ ମୁଖ୍ୟ ସୁଷମାରାଣୀ ବହିଦାରଙ୍କ ଅଧ୍ୟକ୍ଷତାରେ ” ଉଭୟ…

ନାନ୍ଦୁପଲା ଓ ଘୁଚାପାଲି ରେ ସିଆରପିଏଫ ର ଜନ ସଂପର୍କ ଶିବିର , ଲୋକଙ୍କୁ ବାଣ୍ଟିଲେ ପାଣି ଡ୍ରାମ୍

Posted by - November 11, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଠାରେ ସିଆରପିଏଫ୍ ୧୮୯ ବେଟେଲିଏନ୍ ତରଫରୁ ଜନସଂପର୍କ ଶିବିର ଗୁରୁବାର ଆନୁଷ୍ଠିତ ହୋଇଯାଇଛି…

ଜିଲ୍ଲା ସଂସ୍କୃତି ପରିଷଦର ବୈଠକ ଅନୁଷ୍ଠିତ

Posted by - January 28, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡ଼ିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଖପ୍ରାଖୋଲ ରୁ ବାହାରିଲା କୃଷକ ସଚେତନତା ରଥ

Posted by - August 24, 2022 0
ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥ ର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଏହିକର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…