କାଶୀପୁର : (ଅଞ୍ଜନ କୁମାର ନାଏକ) ଉତ୍କଳ ଆଲୁମିନା କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଧୂଳି ମାଟି ଦ୍ୱାରା ପ୍ରଭାଭିତ ହେଉଥିବା ଚତୁର୍ପାଶ୍ୱ ଗ୍ରାମ ମାନଙ୍କ ମଧ୍ୟରେ ହାଡ଼ିଗୁଡା ପଞ୍ଚାୟତ ଲଚୁଗୁଡା ଗ୍ରାମ ଅନ୍ୟତମ ।ଉତ୍କଳ କାରଖାନା ଦ୍ୱାରା ନିର୍ଗତ ବିଷାକ୍ତ ଗ୍ୟାସ,ରେଡ଼ ମୋଡ଼ ପୋଣ୍ଡ ରୁ ବର୍ଜନା ବିଷାକ୍ତ ମାଟି ବୋଝେଇ ମୈତ୍ରୀ କମ୍ପାନୀ ର ସହ ସହ ଯାନବାହାନର ଧୂଳି ମାଟି ଓ କନଭେର ବେଲ୍ଟ ରୁ ଲାଲ ବକ୍ସାଇଟ ମାଟିର ବିଷାକ୍ତ ଧୁଳିରେ ସେମାନଙ୍କ ବଞ୍ଚିବା ଏକ ଅଭିଶପ୍ତ ପାଲୋଟି ଯାଇଛି ଏବଂ ଏହିଭଳି ପ୍ରଦୂଷିତ ବାତାବରଣରେ ଧନ ଓ ଜୀବନ ବିପର୍ଯ୍ୟସ୍ତ ହେଉଥିବା ବେଳେ ଗର୍ଭବତୀ ମହିଳାଙ୍କ ସମେତ ବୃଦ୍ଧ ବୃଦ୍ଧା, ଶିଶୁ ମାନେ ଅଧିକ ପୀଡିତ ହେଉଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି ।
ଏହାର ପ୍ରଭାବରେ ଲୋକେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ RDC ବ୍ରୋମ୍ହପୁର ର ବାରମ୍ବାର ଦ୍ୱାରସ୍ଥ ହେବା ପରେ ଗ୍ରାମର ଶତାଧିକ ପରିବାର ଲୋକେ ପୁଣି ଉତ୍କଳ ଆଲୁମିନା କାରଖାନା ବିପକ୍ଷରେ ରାସ୍ତା ଅବରୋଧ କରି ସେମାନଙ୍କ ନ୍ୟାର୍ଯ୍ୟା ଦାବି ପୂରଣ ନ ହେବାଯାଏଁ ରାସ୍ତା ଅବରୋଧ ରେ ବସିବେ ବୋଲି ପ୍ରଶାସନ ଓ କମ୍ପାନୀକୁ ଚେତାବନୀ ଦେଇଛନ୍ତି । ବିଗତ ୨୦୨୨ ନେଭେମ୍ୱର ଓ ଡିସେମ୍ବର ମାସରୁ ୨୦୨୩ ଜାନୁଆରୀ ପର୍ଯ୍ୟନ୍ତ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବାରମ୍ବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଵ୍ରହ୍ମପୁରଙ୍କ ତତ୍ୱବୋଧନରେ ରାୟଗଡା ଜିଲ୍ଲାପ୍ରଶାସନ ଏହି ଘଟଣାରେ ତତ୍ପର ଦେଖାଇ ଉପଜିଲ୍ଲାପାଳଙ୍କ ଏକ ଦଳ ଯାହା କି’ ଓଡିଶା ରାଜ୍ୟ ପରିବେଶ ପ୍ରଦୂଷଣ ନିବାରଣ ବିଭାଗ ରାୟଗଡାଙ୍କ ସହ ଏହି ଅଞ୍ଚଳ ଏବଂ ଏହି ଗ୍ରାମ ଲଚୁଗୁଡାକୁ ଆସିଥିବାର ନଜିର ରହିଛି, କିନ୍ତୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି ଓ ପ୍ରଶାସନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଓ RDC ଙ୍କୁ କେଉଁ ମାନର ଫଳାଫଳର ସୂଚନା ପ୍ରଦାନ କରିଛନ୍ତି ତାହା ଗ୍ରାମ ବାସୀଙ୍କ ମନରେ ବର୍ତ୍ତମାନ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।ଆପଣ ମାନେ ନିଶ୍ଚିନ୍ତ ଭାବେ ବେଖିପାରୁଥିବେ ବର୍ତ୍ତମାନର ସମସ୍ୟାର ବାସ୍ତବିକ ଚିତ୍ର !
ଏହି ସମସ୍ତ ପ୍ରକାର ସମସ୍ୟାକୁ ଉତ୍କଳ କମ୍ପାନୀ ଯଥାଶୀଘ୍ର ସମାଧାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ପୂର୍ବରୁ ଚୁକ୍ତିବଦ୍ଧ ।କିନ୍ତୁ ଏହି ଅଞ୍ଚଳର ବିକାଶ କହିଲେ ଉତ୍କଳ କମ୍ପାନୀ ସରକାରକୁ ଦର୍ପଣ ଦେଖେଇ ଆସିଛି ।ଆଜି ପୁଣି ଲଚୁଗୁଡା ଗ୍ରାମରୁ ୫ ଜଣ ବ୍ୟକ୍ତି ଉତ୍କଳ କମ୍ପାନୀ ର ମାନୋବାଧିକାର କ୍ଷୁର୍ଣ୍ଣ ଓ ତାହାର ଦମନ ଲୀଳା ଜାରି କରିଥିବା ବିପକ୍ଷରେ ଦକ୍ଷିଣାଞ୍ଚଳ RDC ଵ୍ରହ୍ମପୁରଙ୍କ ଡ଼ାକରାରେ ଜଗଦେଇ ଥିବା ,ଏହି ଆନ୍ଦୋଳନ କାରୀ ପ୍ରକାଶ କରିଛନ୍ତି ।