ଯାଜପୁର:ଯାଜପୁର ସଂସ୍କୃତି ଭବନ ପରିସରରେ ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିIସଭାପତି ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଂଜୁଲତା ହୋତା, ବିଦ୍ୟାବିକାଶ ସମିତିର ସମ୍ପାଦକ ଜୋଗେନ୍ଦ୍ରନାଥ ବସ୍ତିଆ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ଶିଶୁ ବିଦ୍ୟା ମନ୍ଦୀର ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।