ଧର୍ମଗଡ଼:୩୦/୧(ହେମନ୍ତ କୁମାର ମାଝୀ)୩ଧର୍ମଗଡ କଲର୍ ପେଣ୍ଟର ସଂଘ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ସଂଘ ତରଫରୁ ଛଅ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସୋମବାର ଉପଖଣ୍ଡ କଲର ପେଣ୍ଟର ସଂଘ ତରଫରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା ।ସେଠାରେ ସଂଘର କର୍ମକର୍ତ୍ତା ଉଦବୋଧନ ଦେବା ସହ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ପ୍ରକାଶ କରିଥିଲେ।
ପରେ ସରକାରଙ୍କ ଉଦ୍ଦେଶ୍ୟରେ ଛଅ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ମଧ୍ୟରେ ମୁଖ୍ୟତଃ ପେଣ୍ଟର ମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ପ୍ରଦାନ, ଦୈନିକ ମଜୁରୀ ୬୦୦ଟଙ୍କା ବୃଦ୍ଧି,ତାଲିମ କେନ୍ଦ୍ର ସ୍ଥାପନ ସହ ସାର୍ଟିଫିକେଟ ପ୍ରଦାନ, ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷତିପୂରଣ ୧୦ଲକ୍ଷ ଏବଂ ଦୁର୍ଘଟଣାରେ ଶାରିରୀକ ଅକ୍ଷମ ହେଲେ ୫ଲକ୍ଷ ପ୍ରଦାନ ଆଦି ପ୍ରମୁଖ ଦାବି ରହିଛି।ଏହି ଗଣବିକ୍ଷୋଭରେ ସଂଘର ଉପଦେଷ୍ଟା ଦାମୋଦର ବେହେରା, ସୁଶାନ୍ତ ଜାଲ,ଜଗଦିଶ ଦୁର୍ଗା,ସଂଘ ସଭାପତି ଦେବରାଜ ଲହଜଲ, ଦୁର୍ଯ୍ୟୋଧନ ବାଗ,ବିନାକର ଶବର,କୁନୁ ଭୋଇ,ଘେନୁ ପ୍ରସାଦ ହାତି ସମେତ ଶତାଧିକ ପେଣ୍ଟର ଉପସ୍ଥିତ ଥିଲେ।