ତେଲେନପାଲି ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ,ସତସ୍ତରି ଟି ଅଭିଯୋଗ, ଆଠଟିର ତତ୍କାଳ ସମାଧାନ

50 0

ଖପ୍ରାଖୋଲ: ୩୦/୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ , ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ପ୍ରମୁଖ ମଞ୍ଚାସିନ ହୋଇ ଜନ ସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ। ମୋଟ ୭୭ ଅଭିଯୋଗ ପଞ୍ଜୀକୃତ ହୋ ବେଳେ ୬୯ ଟି ବ୍ୟକ୍ତିଗତ ଓ ୮ଟି ସାମୁହିକ ଅଭିଯୋଗ ଥିବା ଜଣାଯାଇଛି।

୮ ଟି ଅଭିଯୋଗ ର ତତ୍କାଲ ଶୁଣାଣି କରାଯାଇଥିବା ବେଳେ ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ଓ ଅନ୍ୟ ଟି ରେଡକ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ଜିଲ୍ଲା ମଙ୍ଗଳ ଅଧକାରୀ ଅଲେଖ ବିଶ୍ଵାଳ, ଡେପୁଟି କଲେକ୍ଟର ଦିବାକର ବାଗ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ ଇ ଅର୍ଜୁନ ବେହେରା, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସିଡିପିଓ ସୁଜାତା ଦୋରା, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ବ୍ଲକ୍ ଯୋଗାଣ ଅଧିକାରୀ ବିକାଶ ଵାର୍ଲା, ଏ ଇ ମହେଶ ଲାଲ ଅଗ୍ରୱାଲ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କା ବିଭାର, ସେକ୍ସନ ଅଧିକାରୀ ବ୍ରଜବନ୍ଧୁ ଠାକୁର, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ପି ଇ ଓ ଖିରଧର ବରିହା, ରାମାନନ୍ଦ ବେହେରା, ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲା। ଶୁଣାଣି ପରେ ଆୟୋଜିତ ଜନସେବା ପ୍ରଦର୍ଶନୀ ସ୍ଥଳ ବୁଲିବା ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ର ଜଙ୍ଗଲ ଅଧିକାର ଆଇନ ଜମି ପଟ୍ଟା, ନିର୍ମାଣ ଶ୍ରମିକ ବିମା ସହାୟତା, ପୁଷ୍ଟି ବଗିଚା ଚାରା ଓ ବିହନ କୀଟ ପ୍ରଦାନ କରିଥିଲେ।

Related Post

ପାଟଣାଗଡ ରେ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - November 26, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ ବଲାଙ୍ଗିର ଜିଲ୍ଲାପାଳ…

ଯାଜପୁର ରେ କୋରନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଛୁଇଁଲା

Posted by - May 16, 2020 346
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସ ମାନଙ୍କ  ଯୋଗୁଁ ସଂଖ୍ୟା ବଢ଼ି ବଢ଼ି…

ଦ୍ୱିତୀୟ ଦିନରେ ମା ବିରଜା ଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା

Posted by - October 7, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଦ୍ୱିତୀୟ ଦିନରେ ମା ବିରଜା ଙ୍କ ରଥ ସମ୍ପୂର୍ଣ୍ଣ ମନ୍ଦିର ପରିକ୍ରମା କରିଛି। ଗତକାଲି ପରମ୍ପରା ମୁତାବକ ରଥ ପ୍ରତିଷ୍ଠା…

ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶନିବାର ଓଡ଼ିଶାର ୧୦୭ ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ଏନେଇ ନଗର ଉନ୍ନୟନ…

ହିସାବ ଟା ଭୁଲ ହୋଇଗଲା । ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି-ଦାମୋଦର ରାଉତ

Posted by - May 25, 2019 711
ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ…