ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ

48 0

ଭବାନୀପାଟଣା:୩୦/୧(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)୩୦୦୦ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମନକୀ ବାତ ନେଇ ଚର୍ଚ୍ଚାରେ ପଟ୍ଟାୟତ କୁମାର ସାହୁ ଏବଂ ଏଥିନେଇ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଏହି ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି,ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି । ୩ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ଗତ ୨୦୨୧ ମସିହା ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଠିକ ୧୬ ମାସ ପରେକଳାହାଣ୍ଡି ଜିଲ୍ଲାର ପଟ୍ଟାୟତ କୁମାର ସାହୁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ଜିଲ୍ଲା ପାଇଁ ଗର୍ବ ଓ ଗୌରବର କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପଦ୍ମଶ୍ରୀଙ୍କୁ ସରକାର ଅଣଦେଖା କରି ଚାଲିଛନ୍ତି । ସରକାରୀ ସହାୟତା ଦିବା ସ୍ବପ୍ନ ପଲଟିଥିବା ବେଳେ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ଆବାସ ଯୋଜନାରେ ଘରଟିଏ ନଥିବା ବେଳେ ଗାଈ ଗୁହାଳରେ ଆଜି ବି ପରିବାର ବସବାସ କରୁଛନ୍ତି ।

ଜୁନାଗଡ଼ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମର ସ୍ବର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ ବୟସ ୭୦ ଅଟେ । ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ସାହୁ ୨ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ । ଝିଅକୁ ଅନ୍ୟ ତ୍ର ବିବାହ ଦେଇଥିବା ବେଳେ ବଡ଼ପୁଅକୁ ମଧ୍ୟ ବିବାହ କରାଇଛନ୍ତି । ସାନ ପୁଅ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ବଡ଼ପୁଅ ଚାଷ କାମ କରୁଥିବା ବେଳେ ସାନ ପୁଅ ନନ୍ଦୋଳ ପ୍ୟାକ୍ସ ଅଫିସରେ ପିଅନ ଅଛନ୍ତି ।ପଟ୍ଟାୟତ ସାହୁ ୧୯୭୦-୭୧ ମସିହାରେ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ । ପରେ ସପ୍ତମ ରୁ ଦଶମ ଶ୍ରେଣୀ ଜୁନାଗଡ଼ ହାଇସ୍କୁଲରେ ପଢି ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲେଜରେ ଇଣ୍ଟରମିଡ଼ିଏଟ ପାଠ ପଢ଼ୁଥିବା ବେଳେ ପରୀକ୍ଷା ନିମନ୍ତେ ଫର୍ମ ପୁରଣ ପାଇଁ ଟଙ୍କା ଦେଇ ପାରିନଥିଲେ । ଫଳରେ ସେ ପରୀକ୍ଷାରୁ ବଞ୍ଚିତ ହେବା ସହ ପାଠପଢ଼ାରୁ ମଧ୍ୟ ବିରତି ନେଇଥିଲେ । ପଟ୍ଟାୟତ ସାହୁ ଆଗରୁ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।

ତାଙ୍କ ଅବସର ପରେ ତାଙ୍କ ସାନ ଶୁଶାନ୍ତ ସାହୁ ଏବେ ପିଅନ ଭାବେ ସେହି ନାନ୍ଦୋଳ ପ୍ୟାକ୍ସରେ କର୍ଯ୍ୟ କରନ୍ତି।ବାପା, ଅଜା ଅମଳରୁ ହିଁ ଏହି ଔଷଧୀୟ ବୃକ୍ଷ ରୋପଣ ଜାଣିଥିବା ବେଳେ ପଟ୍ଟାୟତ ସାହୁ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା । ବିଗତ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାର ରୁ ଉର୍ଦ୍ଧ୍ବ ଔଷଧିୟ ବୃକ୍ଷ ଲଗାଇଛନ୍ତି ଓ ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି । ଗତ ୨୦୦୫ ମସିହାରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ । ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ, ଅନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଉପାୟରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି । ଏନେଇ ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ପଟ୍ଟାୟତ ସାହୁ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରିଥାନ୍ତି । ସେହି ଛୋଟିଆ କୋଠରୀ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ।

କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି । ବର୍ତ୍ତମାନ_ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ତାଙ୍କ ନାମ କହିବା ପରେ ତାଙ୍କ ଦୁଆରେ ମାଳ ମାଳ ରାଜନେତା, ପ୍ରଶାସନ ରୂଣ୍ଡ ହୋଇ ତାଙ୍କ ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ପରେ ପୁଣିଥରେ ନାନ୍ଦୋଳ ଗ୍ରାମ ଚଞ୍ଚଳ ହୋଇପଡିଛି।ପଦ୍ମଶ୍ରୀ ପୁରସ୍କାର ମୋନାନୀତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପାରମ୍ପରିକ ବୃକ୍ଷଲତା ମାଧ୍ୟମରେ ଔଷଧ ତିଆରି ହେଲେ ଲୋକେ ସୁଲଭ ମୂଲ୍ୟରେ ଉପକୃତ ହେବାସହ ଏହା ରାଜ୍ୟ ଓ ଦେଶରେ ପ୍ରସାର ହୋଇପାରିବ।ରାଜ୍ୟ ସରକାର ଜାଗା ଆଉ ପ୍ରୋତ୍ସାହନ ଯୋଗାଇଦେଲେ ଆହୁରୀ ଔଷଧୀୟ ବୃକ୍ଷ ରୋପଣ କରି ଜିଲ୍ଲା, ରାଜ୍ୟ, ଦେଶ ତଥା ବିଦେଶରେ ନାମ କରିବି ବୋଲି କହିଛନ୍ତି ।

Related Post

ରାସ୍ତା ନିର୍ମାଣ ଲାଗି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

Posted by - January 12, 2023 0
ଧର୍ମଗଡ: ତା ୧୨/୧:(ହେମନ୍ତ କୁମାର ମାଝୀ)ଗୋଳାମୁଣ୍ଡା ବ୍ଲକ ବାବେଗୁଡା ଗ୍ରାମବାସୀ ଗୁରୁବାର ଦିନ ରାସ୍ତା ନିର୍ମାଣ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହୋଇଛନ୍ତି।ଜିଲ୍ଲା ଯୁବ କଂଗ୍ରେସ…

ଚାଷୀଙ୍କ ସମସ୍ୟା ପାଇଁ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - December 12, 2018 0
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ବିଜେପି ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି…

ଝାଂକ୍ରିପାଲି ଗାଁ ବିଦ୍ୟାଳୟ ମଧ୍ୟାନ୍ନ ଭୋଜନରେ ପ୍ଲାଷ୍ଟିକ ଭଳି ଚାଉଳ କୁ ନେଇ ଉତ୍ତେଜନା ସରକାର ଦେଉଛନ୍ତି ଭିଟାମିନ ଯୁକ୍ତ ଚାଉଳ -ବିଇଓ

Posted by - May 20, 2022 0
ଖପ୍ରାଖୋଲ: ୧୯/୫(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଲି ଚାଉଳ…

ଅମୃତ ଧାରା ନାମରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ

Posted by - June 4, 2021 0
ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ବୃଦ୍ଧି ପାଇଛି । ରାଜ୍ୟରେ ଅନେକ କରୋନା ଆକ୍ରନ୍ତ ଅମ୍ଳଜାନ ଆବଶ୍ୟକତା କରୁଛନ୍ତି । ତେବେ ଅନ୍ୟ ରାଜ୍ୟ…

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର୍ ଥିବାରୁ ମହିଳାମାନେ ଏଥର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ : ସୂତ୍ର

Posted by - March 12, 2019 0
ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ…